Bikash Khabar
ବାତ୍ୟାରେ ଗୃହ ହରା ଙ୍କୁ ମିଳିବ ଛାତଘର

 ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆଉ ଏକ ଆଶ୍ଵାସନା ଭରା ସୂଚନା   ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ବାତ୍ୟାରେ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ସେମାନଙ୍କୁ ପକ୍କା ଘର ମିଳିବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇ ଦୁଇଦିନ ଭିତରେ ଅର୍ଥାତ ମେ ୧୫ ତାରିଖ ଠାରୁ  କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି। ଜଣେ ହେଲେ ବି  ଯୋଗ୍ୟ ହିତାଧିକାରୀ ଯେପରି ବାଦ ପଡିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ ଅଫିସର ଉପସ୍ଥିତ ରହି କ୍ଷୟକ୍ଷତି ଆକଳନରେ ସହାୟତା କରିବେ ବୋଲି ସୂଚନା ମିଳିଛି। ତେବେ ବାତ୍ୟା ବିଧ୍ୱସ୍ତ କେତେକ ଅଞ୍ଚଳରେ ଶାସକ ଦଳର ରାଜନେତା ମାନେ ଦଳୀୟ କର୍ମୀମାନଙ୍କୁ ହିଁ ବାଛି ବାଛି ରିଲିଫ ଦେଉଥିବାନେଇ ଗୁରୁତର ଅଭିଯୋଗ ଉଠିଛି କେନ୍ଦ୍ରାପଡା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳରେ ବିଜେଡି ପକ୍ଷରୁ ବିଧାୟକ ପାଇଁ ନାମାଙ୍କନ ଭରିଥିବା ସାବିତ୍ରୀ ଅଗ୍ରୱାଲ ସରକାରୀ ରିଲିଫ ନିଜ ହାତରେ ବାଣ୍ଟୁଥିବା ନେଇ ଅଭିଯୋଗ ଆସିଛି ଦଳୀୟ ବାଛବିଚାର କରି ସମସ୍ତ ବାସହରାଙ୍କ ସଠିକ ଚିହ୍ନଟ କରାଯିବ ନେଇ ଦାବି ଉଠିଛି ଯଦି କ୍ଷତିଗ୍ରସ୍ତ ଙ୍କ ଚିହ୍ନଟ  ରେ ଦଳ ଆଧାର ହେବ ତେବେ କ୍ଷତିଗ୍ରସ୍ତଙ୍କ ଦୁର୍ଦଶା ବଢିବ ଏଥିରେ ସନ୍ଦେହ ନାହିଁ

13/05/2019

Leave a Reply

Your email address will not be published. Required fields are marked *

Comments