କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳିତ ହୋଇଯାଇଛି । ଦିଲ୍ଲୀ,ପଞ୍ଜାବ,ହରିୟାଣା,ବିହାର ରେ ବାମସଙ୍ଗଠନ ଓ କଂଗ୍ରେସ ନେତାମାନେ ଆନ୍ଦୋଳନ ରେ ସାମିଲ ହୋଇ କେଉଁଠି ଟାୟାର ଜାଳିଛନ୍ତି ତ କେଉଁଠି ସଡକ ଉପରେ ଅବରୋଧ କରି ଯାନବାହାନ ଚଳାଚଳ କରିବାକୁ ଦେଇନାହାନ୍ତି । ଅନେକ ଜାଗାରେ ଟ୍ରେନ ସେବା ବ୍ୟହାତ ହୋଇଛି । ଦେଶର ଶତାଧିକ କୃଷକ ସଂଗଠନ ଙ୍କ ସହିତ ଟ୍ରେଡ଼ ୟୁନିୟନ ଓ ୧୮ ରୁ ଅଧିକ ରାଜନୈତିକ ଦଳ ଏହି ଆନ୍ଦୋଳନ ସହ ଯୋଡିହୋଇ ରହିବାରୁ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥା ମାନେ ମଧ୍ୟ ସେବା ଯୋଗାଇ ପାରିନଥିଲେ । ଆଉ ଏହି ଭାରତ ବନ୍ଦ ପ୍ରତିବାଦ ରେ ଓଡିଶା ପରୋକ୍ଷରେ ସମର୍ଥନ କରିଥିବା ଜଣାଯାଇଛି । କଂଗ୍ରେସ,ଟିଏମସି,ଡ଼ିଏମକେ,ଟିଆରଏସ ,ଏଆଇଏମଆଇଏମ ,ଶିବସେନା,ଏନସିପି,ସପା,ବସପା,ଆପ ,ଏସଡ଼ିଏ , ,ସିପିଆଇ,ସିପିଆଇଏମ ଙ୍କ ସମେତ ଅନେକ କୃଷକ ଓ ଶ୍ରମିକ ସଂଗଠନ ଆନ୍ଦୋଳନରେ ସାମିଲ ହେବ ଦ୍ୱାରା ଅନେକ ରାଜ୍ୟରେ ଜନଜୀବନ ଉପରେ ପ୍ରଭାବ ପଡିଛି । ଆଜି ସନ୍ଧ୍ୟା ୭ ରେ କୃଷକ ଙ୍କ ଏକ ପ୍ରତିନିଧି ମଣ୍ଡଳ ଗୃହ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତାକାଲି ସରକାର ଓ ଚାଷୀ ସଂଗଠନର ଷଷ୍ଠପର୍ଯ୍ୟାୟ ଆଲୋଚନା ରହିଛି ।ଆଲୋଚନା ଜରିଆରେ ଯଦି ବିବାଦ ସମାଧାନ ହେବାର ଥିଲା ତେବେ ବନ୍ଦଡାକରା ଦେଇ ଧନସମ୍ପତ୍ତି ନଷ୍ଟ ର କାରଣ କୁ ନେଇ ଉଠିଛି ପ୍ରଶ୍ନ ।
08/12/2020