Bikash Khabar
ପେଶା ଦରଜି ,ନିଶା ରୋଗୀ ସେବା - ରୋଗୀ ପାଇଁ ଅର୍ଥ ଦରକାର ବେଳେ ଶ୍ରମିକ ସାଜି ସୃଷ୍ଟି କରିଛନ୍ତି ଉଦାହରଣ

ପେଶାରେ ଦରଜୀ କିନ୍ତୁ ନିଶା ତାଙ୍କର  ରୋଗୀ ସେବା ରୋଗୀ ସେବା ପାଇଁ ମନରେ ରହିଛି ନିଆରା ଏକ ଝୁଙ୍କ ନିଜେ ସାରା ଜୀବନ ଅବିବାହିତ ରହି ରୋଗୀ ସେବାରେ ନିଜ ଜୀବନକୁ ଉତ୍ସଗୀକୃତ କରିଦେଇଛନ୍ତି ଏହି ୩୩ ବର୍ଷୀୟ ବ୍ୟକ୍ତି ଜଣକ  ଦରଜୀ କାମ କରି ଯାହା ପାଆନ୍ତି ତାହା  ରୋଗୀ ମାନଙ୍କ ସେବାରେ ଖର୍ଚ୍ଚ କରନ୍ତି ଏପରିକି ପାରିଶ୍ରମିକ ଅଣ୍ଟିଲେ ହୋଟେଲରେ ଅଇଁଠା ପ୍ଲେଟ  ଧୋଇ ଯାହା ପାଆନ୍ତି ରୋଗୀଙ୍କ ପାଇଁ ଖର୍ଚ୍ଚ  କରନ୍ତି  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ମହିବାହାଲ ଗାଁର ଧନଞ୍ଜୟ ଦନ୍ତା ଓରଫ ପୁଟ ବାବା ଗତ ୧୦ବର୍ଷ ଧରି ନିଜ ଭିଟାମାଟି ଛାଡି ପାଖ ଏକ ଗାଁ  ତିଲେଶ୍ୱର ରେ ଏକ ସିଲେଇ ମେସିନ ଦୋକାନ ଖୋଲିଛନ୍ତି ସିଲେଇ କରି ଯାହା ରୋଜଗାର ହୁଏ ସେଥିରେ  ଅସହାୟଙ୍କ ପାଇଁ  ଖର୍ଚ୍ଚ  କରିଦିଅନ୍ତି ଏହି ସମାଜସେବୀ  ଧନଞ୍ଜୟ   କେବଳ ତିଲେଶ୍ୱର ଗାଁରେ ନୁହଁ  ଆଖପାଖ ୮ଗୋଟି ପଞ୍ଚାୟତ ଅସହାୟ ରୋଗୀମାନଙ୍କ ସେବା କରି ଆସୁଛନ୍ତି ଧନଞ୍ଜୟ ଆଖପାଖ ଗାଁରେ କିଏ ରୋଗରେ ପଡିଛି ,କାହାର ସେବା କରିବାକୁ କେହି ନାହିଁ ଆଉ କିଏ ଅର୍ଥ ଅଭାବ ରୁ ଡାକ୍ତର ଖାନା ଯାଇପାରୁନି ସେ ଖବର ଧନଜୟଙ୍କ ନିକଟରେ ପହଁଚିଲେ ସେ ସ୍ଥିର ହୋଇ ବସି ପାରନ୍ତି ନାହିଁ ସଂଗେ ସଂଗେ ଡାକ୍ତରଖାନା ଖର୍ଚ୍ଚ ଯୋଗାଡ଼ ଠୁ ଆରମ୍ଭ କରି ଆଟେଣ୍ଡାଂଟ ହୋଇ ଜଗିରହିବାପର୍ଯ୍ୟନ୍ତ ସବୁ କାମ କରନ୍ତି ନିକଟରେ ସେ ନିଜର  ଏଭଳି କିଛି ଅନୁଭୂତି ପ୍ରତିନିଧି ଆଗରେ  ସେ ବଖାଣିଛନ୍ତି ଯାହାକି ଆପଣଙ୍କ ଆଖିରେ ଲୁହ ଆଣିଦେବ   ବୌଦ୍ଧ ଅଞ୍ଚଳରୁ ଏକ ରୋଗୀକୁ ନେଇ ସେ  କଟକ ବଡ ମେଡିକାଲ ଆସିଥିବା ବେଳେ ଝାଡଖଣ୍ଡର ଏକ ନିରାଶ୍ରୟ ମହିଳାଙ୍କ ସମ୍ପର୍କରେ ଜାଣିଲେ। ମହିଳା ଜଣଙ୍କ ନିକଟରେ କେହି ସମ୍ପର୍କୀୟ ଥିଲେ କିମ୍ବା ଅର୍ଥ ବଳ ନଥିଲା। ଦୀର୍ଘ ଏକ ମାସ ଧରି ସେ ଏହି ଅସହାୟ ମହିଳା ଙ୍କ ନିକଟରେ ରହି ତାର ସେବା ସୄସୁଶା କରିଥିଲେ ମାସେ ପରେ ସେ ସୁସ୍ଥ ହୋଇ ଆସିବା ବେଳକୁ   ଆଉ ଜଣେ ଟିବି ରୋଗୀଙ୍କ ସମ୍ପର୍କରେ ଆସିଲେ ଯାହାର କାହାଣୀ ଆହୁରି କରୁଣ ବୋଲି କହିଥିଲେ ଧନଞ୍ଜୟ ସେ ସମୟରେ ଧନଞ୍ଜୟ ଙ୍କ ନିକଟରେ ମଧ୍ୟ କିଛି ଅର୍ଥ ଥିଲା। କିନ୍ତୁ ଏମିତି ଅସହାୟ ମଣିଷ ଟିକୁ ଛାଡ଼ିଦେଇ ଆସିବା ପାଇଁ ବିବେକ ବାଧା ଦେଇଥିଲା ଚିକିତ୍ସାପାଇଁ  ଅର୍ଥ ଯୋଗାଡ଼ ପାଇଁ ମନକୁ ଆସିଲା ଏକ ସୁଚିନ୍ତିତ ଯୋଜନା। ହୋଟଲ ରେ ଅଇଁଠା ପ୍ଲେଟ ଧୋଇ କିଛି ରୋଜଗାର କରାଯାଇପାରିବ ଏହି ଚିନ୍ତା ମନକୁ ଆସିଲା ଅଇଁଠାପ୍ଲେଟ ଧୋଇବାକୁ ମଧ୍ୟ ପଛେଇ ନଥିବା କହିଛନ୍ତି ଧନଞ୍ଜୟ  ଆଜିର ଏହି ସ୍ୱାର୍ଥପର ସମାଜରେ ଅସହାୟ ବ୍ୟକ୍ତିଙ୍କୁ ନିଜ ପରିବାର ଲୋକେ ପଚାରୁନଥିବାରୁ ଏଭଳି ଅସହାୟଙ୍କ ସେବା ପାଇଁ ନିଜସ୍ୱ ଉଦ୍ୟମ ଜାର ରଖିଛନ୍ତ ଧନଞ୍ଜୟ ଅସହାୟ ରୋଗୀଙ୍କ ସେବାରେ ନିୟୋଜିତ ହୋଇଥିବା ଏହି ଯୁବକ ଜଣକ ଏଯାବତ୍ ବିବାହ ମଧ୍ୟ କରିନାହାନ୍ତି   ରୋଗୀ ସେବା ହିଁ ଶ୍ରେଷ୍ଠସେବା ବୋଲି ଧରିନେଇ ସେ ଲାଗିପଡିଛନ୍ତି କାମ ରେ। ନିଜ ଜୀବନକୁ  ଉତ୍ସଗୀକୃତ କରି ଲାଗିପଡିଛନ୍ତି ଜଣା ଆଉ ଅଜଣା ରୋଗୀଙ୍କ ସେବାରେ ଅସହାୟ ଅବସ୍ଥାରେ ଯିଏ ବି ପହଁଚିଲେ  କେବେ ପଛଘୁଞ୍ଚା ଦିଅନ୍ତିନି ଧନଞ୍ଜୟ ଯାହା ରୋଜଗାର କରନ୍ତି  ନିଜେ ଭୋକ ଉପାସରେ ରହି ସବୁକିଛି ଖର୍ଚ୍ଚ କରିଦିଅନ୍ତି ସେମାନଙ୍କ ପଛରେ ଧନଞ୍ଜୟଙ୍କ ଏଭଳି କାର୍ଯ୍ୟ ଅଞ୍ଚଳରେ ଉଦାହରଣ ସୃଷ୍ଟିକରିଛି 

01/10/2019

Leave a Reply

Your email address will not be published. Required fields are marked *

Comments