Bikash Khabar
ସଙ୍ଗରୋଧ ନିୟମ ନମାନିଲେ ଗିରଫ କରିବେ ସରକାର

 କରୋନା ମୁବାକିଲା ନେଇ କଠୋର ହେଲେ ରାଜ୍ୟ ସରକାର । ରାଜ୍ୟକୁ କରୋନା ମୁକ୍ତ ଅଭିଯାନକୁ ଜୋର ଦାର କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ନିଆଯାଉଛି ସେଥିରେକୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ଏକ  ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ତେବେ ଏହି ଅବସରରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ନେଇ କିଛି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଯେଉଁ ଥିରେ ପ୍ରବାସୀ ଓଡିଆଙ୍କ ଆସିବାଠାରୁ ରହିବା ପର୍ଯ୍ୟନ୍ତ ସେ ନେଇ ଏକ ସୂଚନାବଳୀ ପ୍ରସ୍ତୁତ କରାଯାଇଛି । କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ସଙ୍ଗରୋଧ ନିୟମ ଉଲ୍ଲଂଘନ ଛୋଟକଥା ନୁହେଁ, ଗୁରୁତର ଅପରାଧ। କିଛି ଲୋକ ଏପରି କରୁଥିବା ସରକାରଙ୍କ ନଜରକୁ ଆସିଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରବିବାର  ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି। ଯେଉଁମାନେ କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିବେ ସେମାନଙ୍କୁ ଗିରଫ କରାଯିବ। ଏଥିସହ ଦରକାର ପଡ଼ିଲେ ନିଜ ଜିଲ୍ଲା ବାହାରକୁ ପଠାଇ ସେଠାରେ କ୍ବାରେଣ୍ଟାଇନରେ ରଖାଯିବ। କେବଳ ସେତିକି ନୁହେଁ, ସେମାନଙ୍କୁ ରାଜ୍ୟ ସରକାର ଦେଉଥିବା ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ନାହିଁ। ଆବଶ୍ୟକସ୍ଥଳରେ ନିୟମ ଉଲ୍ଲଂଘନକାରୀଙ୍କ କ୍ବାରେଣ୍ଟାଇନ୍ ଅବଧିକୁ ମଧ୍ୟ ବଢ଼ାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ।

04/05/2020

Leave a Reply

Your email address will not be published. Required fields are marked *

Comments