Bikash Khabar
ବ୍ୟାଗ ହେଲା,ଡେସ୍କ ବି ହେଲା :ଆଇଆଇଟି ଗ୍ରାଜୁଏଟ ଙ୍କ ନବସୃଜନରୁ ଲକ୍ଷେ ଗରିବ ପିଲା ଆଗକୁ ଝୁଙ୍କି ବସିବା କଷ୍ଟରୁ ପାଇଲେ ମୁକ୍ତି

ଦେଶରେ ସରକାରୀ ସ୍କୁଲ ଗୁଡିକର ସ୍ଥିତି ଆଜି ଦହନିୟ।କେଉଁଠି ବିଜୁଳି ନାହିଁତ,କେଉଁଠି ନାହିଁ ଶୌଚାଳୟ ପିଇବା ପାଣି ଯୋଗାଡ଼ ପାଇଁ ପିଲାଙ୍କୁ ପାଖ ନଦୀ କିମ୍ବା ନାଳ କୁ ଯିବାକୁ ପଡୁଛି। ପାଠ ପଢିବା ପାଇଁ ପିଲାମାନେ ଚଟାଣ ରେ ବସୁଛନ୍ତି ବହିକୁ ଆଖି ଲଗାଇ ନଇଁ କରି ପଢୁଛନ୍ତି। ଏହା ଦ୍ୱାରା ଆଖି ଅଂଟା ଉଭୟ ଉପରେ ଚାପି ପଡୁଛି। ତଥାପି ଏଭଳି ଭୁଲ ବସିବା ମୁଦ୍ରା ରେ ପିଲାଙ୍କୁ ଘଣ୍ଟା ବସିବାକୁ ପଡୁଛି ପିଲାଙ୍କ ଏଭଳି ସମସ୍ୟା ଦେଖିବା ପରେ ଏହାର ସମାଧାନ ପାଇଁ ଆଗେଇ ଆସିଛନ୍ତି କାନପୁର ଆଇଆଇଟି ଜଣେ ପୁରାତନ ଗ୍ରାଡୁଏଟ ଛାତ୍ର ଇଶାନ ସଦାଶିବନ ଇଶାନ ସ୍ୱଳ୍ପ ମୂଲ୍ୟ କମ ଓଜନ ବିଶିଷ୍ଟ ଦ୍ୱେତ କାମ କରୁଥିବା  ବ୍ୟାଗ ଡେସ୍କ ତିଆରିକରି ପିଲାଙ୍କୁ ବହୁତ ବଡ଼ ଏକ କଷ୍ଟରୁ ମୁକ୍ତି ଦେଇଛନ୍ତି ଇଶାନ ନିଜ ସଞ୍ଚୟରୁ ଏଭଳି ଲକ୍ଷେ ବ୍ୟାଗ ତିଆରିକରି ଉତ୍ତରପ୍ରଦେଶ ରେ ଵିତରିତ କରିଛନ୍ତି ପୋର୍ଟେବୁଲ ଫ୍ଲେକ୍ସିବୁଲ ହୋଇଥିବାରୁ ଏହି ବ୍ୟାଗ କମ ଡେସ୍କ କୁ ପିଲା ମାନେ ସହଜରେ ନେବା ଆଣିବା କରିପାରୁଛନ୍ତି। ଇଶନ ଙ୍କ ଏହି ମଡେଲ ବ୍ୟବସାୟିକ ପ୍ରୟୋଗ ପାଇଁ ଏବେ ଗୋଟିଏ କମ୍ପାନୀ ଏଭଳି ବ୍ୟାଗ ନିର୍ମାଣ କରିବା ଆରମ୍ଭ କରିଛି ଗ୍ରାମାଞ୍ଚଳର ସରକାରୀ ସ୍କୁଲ ରେ ପଢ଼ୁଥିବା ପିଲାଙ୍କୁ ଏହା ସହାୟକ ହୋଇପାରିବ 

01/08/2019

Leave a Reply

Your email address will not be published. Required fields are marked *

Comments