Bikash Khabar
ଦେଶରେ ୧୫ ପ୍ରତିଶତ ବଢିଛି ବ୍ୟାଙ୍କ ଠକେଇ ମାମଲା

ଆମ ଦେଶରେ ବଢିଛି ବ୍ୟାଙ୍କ ଠକେଇ ମାମଲା  ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ହଜାର ୮୦୧ରେ ପହଞ୍ଚିଛି ସେହିପରି ଠକେଇ ଟଙ୍କାର ଅନୁପାତ ଦୃଷ୍ଟି କୋଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୪୧ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା ୨୦୧୮-୧୯ରେ ଏହା ୭୧ ହଜାର ୫୪୨ କୋଟି ୯୩ ଲକ୍ଷକୁ ବୃଦ୍ଧି ପାଇଛି ଯାହା ପୂର୍ବ ବର୍ଷଠାରୁ ୭୩. ପ୍ରତିଶତ ଅଧିକ। ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି ଇଣ୍ଟରନେଟ୍  ବ୍ୟାଙ୍କିଂ, ଡିଜିଟାଲ କାର୍ଡ, ଡିପୋଜିଟ୍, ଫରେନ ଏକ୍ସଚେଞ୍ଜ ଟ୍ରାନଜାକସନ୍, ଚେକ୍ , ଡିମାଣ୍ଡ ଡ୍ରାଫ୍ଟ ଆଦି କ୍ଷେତ୍ରରେ ଏହିସବୁ ଠକେଇ ହୋଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚାଇ ଚେତାଇ ଦେଇଛି କ୍ୟାସଲେସ ନେଣଦେଣ ଯେତିକି ବଢୁଛି ସେହି ପରିମାଣରେ ଠକେଇ ଘଟଣା ବଢ଼ିବାରେ ଲାଗିଛି। ଏହି ଡିଜିଟାଲ ଠକେଇ ରୁ ଗ୍ରାହକ ମାନଙ୍କୁ ସୁରକ୍ଷା ଦେବା ପାଇଁ କାନାରାବ୍ୟାଙ୍କ ୧୦ ହଜାର ଟଙ୍କାରୁ ଅଧିକ ଉଠାଣ କ୍ଷେତ୍ର ରେ ମୋବାଇଲି ରେ ଓଟିପି ପ୍ରେରଣ ଭଳି ପଦକ୍ଷେପ ଗ୍ରହଣ କରିଛି   

03/09/2019

Leave a Reply

Your email address will not be published. Required fields are marked *

Comments