Bikash Khabar
୧୩ ପଇସା ଓ ୨୦ ପଇସା ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ରାଜ୍ୟର ସରକାରୀ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଖାଇବାକୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରାଥମିକ ବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ପିଛା ଦିନକୁ ଟଙ୍କା ୮୦ ପଇସା ଦିଆଯାଉଥିଲା। ଏବେ ତାହାକୁ ଟଙ୍କା ୯୩ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ପିଛା ଦିଆଯାଉଥିବା ୭ଟଙ୍କା ୧୬ ପଇସାକୁ ଟଙ୍କା ୩୬ ପଇସାକୁ ବଢ଼ା ଯାଇଛି। ଗତ ଜୁଲାଇ ପହିଲାଠାରୁ ମଧ୍ୟାହ୍ନଭୋଜନର ପରିବର୍ତ୍ତିତ ଅର୍ଥ ରାଶି ପ୍ରଦାନ କରାଯିବ ବୋଲି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଗଙ୍ଗାଧର ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ମଧ୍ୟାହ୍ନଭୋଜନ ବାବଦ ଖର୍ଚ୍ଚ ବୃଦ୍ଧି ନେଇ ଶ୍ରୀ ସାହୁ କହିଛନ୍ତି ଯେ ଦିନକୁ ଦିନ ବଜାରରେ ବିଭିନ୍ନ ସାମଗ୍ରୀ ଦରବୃଦ୍ଧି ପାଉଛି। ପନିପରିବା, ତେଲ, ଲୁଣ, ଡାଲି ମୂଲ୍ୟ ବି ବଢ଼ୁଛି। ତେଣୁ ପୂର୍ବ ନିର୍ଦ୍ଧାରିତ ଅର୍ଥରେ ମଧ୍ୟାହ୍ନଭୋଜନ ଯୋଗାଇଦେବା ସମ୍ଭବପର ହେଉ ନାହିଁ। ତାହାକୁ ଦୃଷ୍ଟିରେ ରଖି ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ବାବଦ ଖର୍ଚ୍ଚକୁ ବଢ଼ାଇବାକୁ ପ୍ରସ୍ତାବ ରହିଥିଲା। ପ୍ରସ୍ତାବ ଉପରେ ବ୍ୟାପକ ବିଚାରବିମର୍ଶ କରିବା ପରେ ଏଭଳି ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ଯଥାକ୍ରମେ ୬୦ ୪୦ ଅନୁପାତରେ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବହନ କରିବେ।

03/07/2019

Leave a Reply

Your email address will not be published. Required fields are marked *

Comments