Bikash Khabar
ପରିବେଶ ପର୍ଯ୍ୟଟନସ୍ଥଳୀରେ ବଢ଼ୁଛନ୍ତି ପର୍ଯ୍ୟଟକ

 ନୟାଗଡ଼ ଜିଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଛୋଟ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୂଳ ସମ୍ପର୍କରେ ଦିନେ କେହି ଶୁଣି ଥିଲେ କି ଜାଣି ଥିଲେ। ହେଲେ ଆଜି ଏହି ଗାଁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି। ଓଡ଼ିଶାର ଏକ ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀଭାବେ ଏହା ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ୨୦୧୬ରେ ମହାନଦୀ କୂଳରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଠିକ୍ମଧ୍ୟଭାଗରେ ପ୍ରତିଷ୍ଠା ହୋଇଥିବା ସାତକୋଶିଆ ସ୍ୟାଣ୍ଡ୍ରିସର୍ଟ ଆଣ୍ଡ ନେଚର କ୍ୟାମ୍ପ୍ଲଗାତର ଦ୍ୱିତୀୟବର୍ଷ ପାଇଁ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ଆଦାୟ କରି ରେକର୍ଡ ପ୍ରତିଷ୍ଠା କରିଛି। ପର୍ଯ୍ୟଟନ ଏବଂ ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମୁଣ୍ଡ ଟେକିଥିବା ଏହି ଇକୋଟୁରିଜମ୍ପ୍ରକଳ୍ପ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏକ ଗ୍ରାମ କମ୍ୟୁନିଟି ପ୍ରୋଜେକ୍ଟ ମାଧ୍ୟମରେ ଏତେ ମୋଟାଅଙ୍କର ଲାଭାଂଶ ଅର୍ଜନ କରିବାରେ ସଫଳ ହୋଇଛି। କେବଳ ପରିବେଶ ପର୍ଯ୍ୟଟନ ନୁହେଁ, ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଏହା ଏକ ମଡେଲ ଗ୍ରାମରେ ପରିଣତ ହୋଇଛି।

ବଡ଼ମୂଳର ୩୪ଜଣ ବାସିନ୍ଦାଙ୍କ ଦ୍ୱାରା ପରିଚାଳିତ ଏହି ନେଚର କ୍ୟାମ୍ପ୍୨୦୧୮-୧୯ ଆର୍ଥିକବର୍ଷରେ ମୋଟ . କୋଟି ଟଙ୍କାର ରାଜସ୍ବ ଦେବା ସହ ୪୪୫୦ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ତନ୍ମଧ୍ୟରେ ଜର୍ମାନ, ଫ୍ରାନ୍ସ ଏବଂ ବ୍ରିଟେନ୍ଭଳି ରାଷ୍ଟ୍ରରୁ ୨୦%ରୁ ଅଧିକ ବିଦେଶୀ ପର୍ଯ୍ୟଟକ ରହିଥିଲେ। ସେହିଭଳି ୨୦୧୯-୨୦ ଆଥିର୍ର୍କବର୍ଷରେ ଫେବୃୟାରୀ ସୁଦ୍ଧା ଏଠାକୁ ୪୫୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସିସାରିଥିବା ବେଳେ ରାଜସ୍ବ ଆୟ କୋଟି ଟପିଯାଇଛି। ପ୍ରାକୃତିକ ପରିବେଶର ଶୋଭା ସାଙ୍ଗକୁ ବାର୍ଡିଂ, ବୋଟିଂ, ସାଇକ୍ଲିଂ, ଟ୍ରେକିଂ, ସ୍ପୋର୍ଟସ, ଫାର୍ମ ଭିଜିଟ୍, ଭିଲେଜ୍ଟୁର୍, କ୍ୟାନପି ଓ୍ବାକ୍ଭଳି ବିଭିନ୍ନ ପ୍ରକାର ଆକ୍ଟିଭିଟି ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଅନ୍ୟପକ୍ଷରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ଏହା ଏବେ ସଫଳ ହୋଇଛି। ବଡ଼ମୂଳ ସହ ଏହାର ଆଖପାଖ ୫ରୁ ଗ୍ରାମର ଗ୍ରାମବାସୀଙ୍କ ଆଥିର୍ର୍କାବସ୍ଥାର ଉନ୍ନତି ଘଟିଛି। ପ୍ରକଳ୍ପ ସହ ଜଡ଼ିତ ପରିବାର ପୂର୍ବରୁ ୨୦ ହଜାର ଟଙ୍କାର ବାର୍ଷିକ ଆୟ କରୁଥିବା ବେଳେ ଏବେ ତାହା ଦେଢ଼ ଲକ୍ଷରୁ ୨ଲକ୍ଷ ହୋଇଛି। ସେହିଭଳି ବନ୍ୟଜନ୍ତୁଙ୍କ ଶିକାର କରି ଚଳୁଥିବା ଗ୍ରାମବାସୀ ଶିକାରୀ ପରିବର୍ତ୍ତେ ବନ୍ୟଜନ୍ତୁ ସଂରକ୍ଷକ ପାଲଟିଛନ୍ତି। ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ପୋଚର୍ସ ଟର୍ନଡ୍ପ୍ରୋଟେକ୍ଟର୍ସ ଅଫ୍ସାତକୋଶିଆକାର୍ଯ୍ୟକ୍ରମ ଏଠାକାର ଶିକାରୀମାନଙ୍କୁ ବୋଟ୍ମ୍ୟାନ୍, ଇକୋ ଗାଇଡ୍, ଆକାଉଣ୍ଟାଣ୍ଟ୍, ରୋଷେୟା, ସର୍ଭିସ୍ପର୍ସନ୍, ମ୍ୟାନେଜର ଆଦିରେ ପରିଣତ କରିଛି।

21/02/2020

Leave a Reply

Your email address will not be published. Required fields are marked *

Comments