Bikash Khabar
୨୦୧୪ରୁ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି

 ୨୦୧୪ରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ମାତ୍ର ୨୦୧୪ଠାରୁ ୨୦୧୮ ମଧ୍ୟରେ ଗୋଟିଏ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ସେହିପରି ୨୦୧୫ରେ ୧କୋଟି ୧୭ଲକ୍ଷ ୮୬ଲକ୍ଷ ୧୧୭ଜଣ, ୨୦୧୬ରେ ୧କୋଟି ୨୮ଲକ୍ଷ ୪୨ହଜାର ୮୯୯ଜଣ, ୨୦୧୭ରେ ୧କୋଟି ୪୦ଲକ୍ଷ ୧୧ହଜାର ୨୨୯ଜଣ, ୨୦୧୮ରେ ୧କୋଟି ୫୨ଲକ୍ଷ ୦୮ହଜାର ୫୪୦ଜଣ ଦେଶୀୟ ପର୍ଯ୍ୟଟକ ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଛନ୍ତି। ସେହିପରି ୨୦୧୪ରେ ୭୧,୪୨୬ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥିଲା ବେଳେ ୨୦୧୫ରେ ଏହି ସଂଖ୍ୟା ହ୍ରାସ ପାଇ ୬୬,୯୭୧ ହୋଇଥିଲା। ୨୦୧୬ରେ ୭୬,୩୬୧, ୨୦୧୭ରେ ,୦୦,୦୧୪, ୨୦୧୮ରେ ,୧୦,୮୧୮ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି, କୋରାପୁଟ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ସରକାର ୨୦୧୪-୧୫ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି। ୨୦୧୪-୧୫ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ କୋରାପୁଟ ଜିଲାରେ ମୋଟ ୧୩ଟି କାମ ପାଇଁ ୫କୋଟି ୦୯ଲକ୍ଷ ୪୪ହଜାର ୧୨ଟଙ୍କା ଅନୁଦାନ ମିଳିଥିବା ମନ୍ତ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି।

15/11/2019

Leave a Reply

Your email address will not be published. Required fields are marked *

Comments