Bikash Khabar
ଫେସ୍‌ବୁକ୍‌ ଲାଇଭ୍‌ କରି ବିଶ୍ୱର ପ୍ରଥମ ମସ୍ତିଷ୍କ ସର୍ଜରୀ କଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର,ରଚିଲେ ରେକର୍ଡ

 ଏବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ପାଲଟିଛି ଖାସ୍କରି ଫେସ୍ବୁକ୍ଜରିଆରେ ଲୋକେ ଦେଶର କୋଟି କୋଟି ଲୋକଙ୍କ ପାଖରେ ନିଜର କଥା ପହଞ୍ଚାଇ ପାରୁଛନ୍ତି କିନ୍ତୁ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଫେସ୍ବୁକ୍ ଜରିଆରେ ଲାଇଭ୍କରି ଜଣେ ରୋଗୀଙ୍କ ମସ୍ତିଷ୍କ ସର୍ଜରୀ କରିବା ଖବର ଏବେ ଡାକ୍ତରଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି ଏଭଳି କରି ସେ ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ସୂଚନା ମୁତାବକ, ଟେକ୍ସାସ ସହରରେ ଥିବା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି ୨୫ବର୍ଷୀୟ ଜେନା ସ୍କ୍ରେଡ୍ଙ୍କର ମସ୍ତିଷ୍କ ସମ୍ବନ୍ଧିତ ଏକ ସମସ୍ୟା ହୋଇଥିଲା ଯାହାଦ୍ୱାରା ସେ କଥା କହି ପାରୁ ଥିଲେ ଡାକ୍ତର ତାଙ୍କର ମସ୍ତିଷ୍କ ସ୍କାନ କରିବା ପରେ ଭିତରେ ଥିବା ଏକ ବୃହତ ରକ୍ତ ବାହିକା ପାଇଁ ଏଭଳି ସମସ୍ୟା ହେଉଥିବା ଜଣି ପାରିଥିଲେ ଯାହା ପରେ ଡାକ୍ତର ତାଙ୍କୁ ସର୍ଜରୀ ପାଇଁ କହିଥିଲେ ପ୍ରାୟ ୪୫ମିନିଟ୍ପର୍ଯ୍ୟନ୍ତ ମେଥୋଡିଷ୍ଟ ଡଲ୍ଲାସ ମେଡିକାଲ ସେଣ୍ଟରରେ ଏହି ସର୍ଜରୀ କରାଯାଇଥିଲା ସର୍ଜରୀ ସମୟରେ ଜେନାଙ୍କୁ ଅଚେତ କରାଯାଇନଥିଲା ବୋଲି ଜଣା ପଡ଼ିଛି ସର୍ଜରୀ ସମୟରେ ଜେନା ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଯାହା ଅତ୍ୟନ୍ତ ଜରୁରୀ ଥିଲା ତେବେ ସର୍ଜରୀ ସମୟରେ ଲାଇଭ୍ଭିଡିଓ କରିବା ପାଇଁ ଜେନା ଡାକ୍ତରଙ୍କୁ କହିଥିଲେ ତାଙ୍କ ଭଳି ସମସ୍ୟା ଦେଇ ଗତି କରୁଥିବା ଲୋକେ ଏହାର ଚିକିତ୍ସା ବିଷୟରେ ଜାଣି ପାରନ୍ତୁ ଏବଂ ଏହାର ଚିକିତ୍ସା ଯେମିତି କରାଇପାରନ୍ତୁ, ସେ ନେଇ ଜେନା ଏଭଳି କରିବା ପାଇଁ କହିଥିଲେ ଜେନାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭାରତୀୟ ବଂଶୋଦ୍ଭବ ଡାକ୍ତର ଲାଇଭ୍କରି ସର୍ଜରୀ କରିଥିଲେ ପର୍ଯ୍ୟନ୍ତ ଭିଡିଓକୁ ୪୫,୦୦୦ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଏହାକୁ ସେୟାର କରିବାରେ ଲାଗିଛନ୍ତି

31/10/2019

Leave a Reply

Your email address will not be published. Required fields are marked *

Comments