Bikash Khabar
କାର ବିକ୍ରିରେ ମାନ୍ଦାବସ୍ଥା,୪ ମାସରେ ଚାକିରୀ ହରାଇଲେ ୩.୪ ଲକ୍ଷ କର୍ମଚାରୀ

କାର ମୋଟର ସାଇକେଲ ବିକ୍ରି ରେ ଲଗାତର ମାନ୍ଦାବସ୍ଥା ଲାଗିରହିଛି। ଏହାର ପ୍ରଭାବ ରେ ଅଟୋ ଇଣ୍ଡଷ୍ଟ୍ରି ରୁ ବ୍ୟାପକ ଛଟେଇ କରାଯାଉଛି ପାଞ୍ଚଟି ପ୍ରମୁଖ କମ୍ପାନୀ ଛଟେଇ ପାଇଁ ଅସ୍ଥାୟୀ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି ଗତ ଅପ୍ରେଲ  ମାସ ଠାରୁ ଜୁଲାଇ ୩୦ ସୁଦ୍ଧା ମୋଟ . ଲକ୍ଷ କର୍ମଚାରୀ ଛଟେଇ ହୋଇଥିବା ଜଣାଯାଇଛି। କେତେକ କମ୍ପାନୀ ମାନ୍ଦାବସ୍ଥା କାରଣରୁ ଉତ୍ପାଦନ ବନ୍ଦ କରିଦେଇଥିବା ବେଳେ ଆଉ କେତେକ କମ୍ପାନୀ ଉତ୍ପାଦନ ୟୁନିଟ ରେ ତଳ ଝୁଲାଇଦେଇଛନ୍ତି ଅଟୋ ମେକର୍ସ,ପାର୍ଟସ ମେନ୍ୟୁଫେକ୍ଚରର,ଏବଂ ଡିଲର ମାନେ ବାଛି ବାଛି ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଛଟେଇ କରିସାରିଛନ୍ତି। ଏହା ଦ୍ୱିତୀୟ ଥର କ୍ଷମତାକୁ ଆସିଥିବା ମୋଦି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ମୋଦି ସରକାର ଅମଳରେ ବେକାରୀଙ୍କୁ ନିଯୁକ୍ତି ନାହିଁ ବୋଲି ଜନଅସନ୍ତୋଷ ବଢୁଥିବା ବେଳେ ଏବେ ଏହି କ୍ଷେତ୍ର ରୁ ବ୍ୟାପକ ଛଟେଇ ଚିନ୍ତାର କାରଣ ପାଲଟିଛି     

09/08/2019

Leave a Reply

Your email address will not be published. Required fields are marked *

Comments