Bikash Khabar
ମହାମାରୀ ପାଇଁ ଇଣ୍ଟରନେଟ ସଂଯୋଗ ବାଧାପ୍ରାପ୍ତ

କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ୍ସଂଯୋଗ ଧିମେଇ ଯାଇଛି ଚଳିତବର୍ଷ ଜୁନ୍ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହାକୁ ଡିସେମ୍ବର ଶେଷକୁ ଘୁଞ୍ଚାଇ ଦିଆଯାଇଛି ଓଡିଶାର ସମସ୍ତ ପଞ୍ଚାୟତକୁ ଭାରତ ନେଟ୍ଯୋଜନାରେ ଇଣ୍ଟରନେଟ୍ସଂଯୋଗ କରାଯାଉଛି ଦୁଇ ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କାମରେ କରୋନା ମହାମାରୀ ବାଧକ ସାଜିଛି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୮୧ ବ୍ଲକର ୩୮୧୦ ପଞ୍ଚାୟତକୁ ଇଣ୍ଟରନେଟ୍ସଂଯୋଗ  ଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା ୩୮୯୬ ପଞ୍ଚାୟତ ବ୍ଲକରେ ଇଣ୍ଟରନେଟ୍ସଂଯୋଗ ପାଇଁ କାମ ସରିଛି ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧୩୩ଟି ବ୍ଲକ ମୁଖ୍ୟାଳୟ ୨୯୮୩ଟି ପଞ୍ଚାୟତରେ ଇଣ୍ଟରନେଟ୍ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଧିକାଂଶ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିନାହିଁ ମୋଟ୍୩୧୧୬ ବ୍ଲକ ପଞ୍ଚାୟତ ମଧ୍ୟରୁ କାମ ସରିଛି ମାତ୍ର ୭୦୨ଟିର କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ନୂଆପଡା, ରାୟଗଡା ସୁନ୍ଦରଗଡର କିଛି ପଞ୍ଚାୟତ ବ୍ଲକକୁ ବାଦ୍ଦେଲେ ଅନ୍ୟାନ୍ୟ ସ୍ଥାନରେ କାମ ଶୂନ ଭାରତ ନେଟ୍ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିବାପାଇଁ କରୋନା ମହାମାରୀକୁ ଦାୟୀ କରାଯାଉଥିବାବେଳେ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସରିବ କି ନାହିଁ ତାହାକୁ ନେଇ ଆଶଙ୍କା ରହିଛି

16/11/2020

Leave a Reply

Your email address will not be published. Required fields are marked *

Comments