Bikash Khabar
ବିପର୍ଯ୍ୟୟର ମୁକାବିଲା ପାଇଁ ୭ଟି ଦେଶ କରିବେ ମକ୍‌ଡ୍ରିଲ୍‌, ରାମଚଣ୍ଡୀରେ ତିନି ଦିନ ଚାଲିବ କାର୍ଯ୍ୟକ୍ରମ

 ବଙ୍ଗୋପସାଗର ତଟବର୍ତ୍ତୀ ୭ଟି ଦେଶ ଭାରତବାଂଲାଦେଶନେପାଳଭୁଟାନଥାଇଲାଣ୍ଡଡେନମାର୍କ  ଶ୍ରୀଲଙ୍କା ଏଥିରେ ଭାଗ ନେବେ। ପ୍ରତି ଦେଶରୁ ୧୬ରୁ ୨୦ ଜଣ ପ୍ରତିନିଧି ଏଥିରେଭାଗ ନେବେ। ୧୧ ତାରିଖରେ କାର୍ଯ୍ୟକ୍ରମର ଉଦ୍ଘାଟନ ଭୁବନେଶ୍ବରରେ ହେବ। ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ରାମଚଣ୍ଡୀରେ ମକ୍ଡ୍ରିଲ୍କରାଯିବ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍ଡିଆର୍ଏଫ୍‌) ଏହି ମକ୍ଡ୍ରିଲ୍ ନୋଡାଲ୍ଏଜେନ୍ସି ଭାବେ ଦାୟିତ୍ବ ନେଇଛି। ଆଜି ଏନ୍ଡିଆର୍ଏଫ୍ଡିଜି ଏସ୍ଏନ୍ ପ୍ରଧାନ ଭୁବନେଶ୍ବରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ।ବଙ୍ଗୋପସାଗର ତଟରେ ଥିବା ଏହି ସାତଟି ଦେଶ ବନ୍ୟା, ବାତ୍ୟା ପରି କିଛି ବିପର୍ଯ୍ୟୟକୁ ନିୟମିତ ସାମ୍ନା କରନ୍ତି। ତେଣୁ ଏହି ମିଳିତ ମକ୍ଡ୍ରିଲ୍ସବୁ ଦେଶ ପାଇଁ ବେଶ୍ଗୁରୁତ୍ବ ବହନ କରୁଛି। ମକ ଡ୍ରିଲ ନିମନ୍ତେ ରାମଚଣ୍ଡୀରେ ଏକ ଅସ୍ଥାୟୀ ଗ୍ରାମ ମନ୍ଦିର ନିର୍ମାଣ କରାଯିବ। ବନ୍ୟା, ବାତ୍ୟା ବେଳେ ଲୋକଙ୍କୁ କିଭଳି ଉଦ୍ଧାର କରାଯିବ ମନ୍ଦିର ଭୁଶୁଡ଼ିଲେ କେମିତି ଉଦ୍ଧାର କାର୍ଯ୍ୟ କରାଯିବ, ସେ ନେଇ ଅଭ୍ୟାସ କରାଯିବ। ବଡ଼ ବିପର୍ଯ୍ୟୟ ବେଳେ ଦେଶ-ଦେଶ ମଧ୍ୟରେ କିପରି ସମନ୍ବୟ ରକ୍ଷା କରି ତାହାକୁ ମୁକାବିଲା କରାଯିବ, ସେ ନେଇ ମଧ୍ୟ ସ୍ବତନ୍ତ୍ର ଭାବେ ଅଭ୍ୟାସ କରାଯିବ। ଶ୍ରୀ ପ୍ରଧାନ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାରୁ ଅନୁଭୂତି ସଫଳତାକୁ ଦୃଷ୍ଟିରେ ରଖାଯାଇ ଏଠାରେ ମକ୍ଡ୍ରିଲ୍କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆହୁରି ମଧ୍ୟ ଓଡ଼ିଶାର ଉପକୂଳ ଅଞ୍ଚଳରେ ବହୁତ ଐତିହ୍ୟପୂର୍ଣ୍ଣ ସ୍ଥାନ ରହିଛି। ବିପର୍ଯ୍ୟୟ ବେଳେ ଏଗୁଡ଼ିକର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ। ମକ୍୍ଡ୍ରିଲ୍ରେ ନେଇ ଅଭ୍ୟାସ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ଏନ୍ଡିଆର୍ ଡିଜି କହିଥିଲେ, ଓଡ଼ିଶା ସହ ମିଶି ଏନ୍ଡିଆର୍ଏଫ୍ଅଧିକ କରିପାରିବ, ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଲା। ନବରଙ୍ଗପୁର ବୁର୍ଲାରେ ଏନ୍ଡିଆର୍ଏଫ୍ପାଇଁ ଓଡ଼ିଶା ପ୍ରସ୍ତାବ ଦେଇଛି।

 

21/01/2020

Leave a Reply

Your email address will not be published. Required fields are marked *

Comments