Bikash Khabar
ହାତ ମିଳାଇଲେ ଆଇଆଇଟି ଓ ଏମ୍‌ସ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କରିବେ ମିଳିତ ଗବେଷଣା

 ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ପାଇଁ ଭୁବନେଶ୍ୱର ଆଇଆଇଟି ଭୁବନେଶ୍ୱର ଏମ୍ ହାତ ମିଳାଇଛନ୍ତି। ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କିଭଳି ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ ସେଦିଗରେ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ପ୍ରଫେସର ବୈଜ୍ଞାନିକମାନେ ମିଳିତ ଭାବେ କାର୍ଯ୍ୟ କରିବେ। ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଉପସ୍ଥିତିରେ ଆଇଆଇଟି ନିର୍ଦେଶକ ପ୍ରଫେସର ଆର୍ଭି ରାଜାକୁମାର ଏମ୍ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାଟମାନାବନେଙ୍କ ମଧ୍ୟରେ ଆଜି ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ରାଜିନାମା ଅନୁଯାୟୀ ଉଭୟ ଶିକ୍ଷାନୁଷ୍ଠାନର ପ୍ରଫେସର ବୈଜ୍ଞାନିକମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ଗବେଷଣା ଆରମ୍ଭ ହେବାଠାରୁ ବର୍ଷ ପର୍ଯ୍ୟନ୍ତ ଏହି ରାଜିନାମାର ବୈଧତା ରହିବ। ପରବର୍ତୀ ସମୟରେ ଉଭୟ ଅନୁଷ୍ଠାନର ମିଳିତ ଭାବେ ଆଲୋଚନା କରି ବେଷଣାର ଅବଧିକୁ ବଢ଼ାଇ ପାରିବେ। ଉଭୟ ଶିକ୍ଷାନୁଷ୍ଠାନର ପ୍ରଫେସରମାନେ ପରସ୍ପର ମଧ୍ୟରେ ଗବେଷଣା ଶିକ୍ଷାସମ୍ପର୍କିତ ତଥ୍ୟର ଆଦାନପ୍ରଦାନ କରିବେ। ନିୟମିତ ବ୍ୟବଧାନରେ ଉଭୟ ଶିକ୍ଷାନୁଷ୍ଠାନରେ ଆଲୋଚନାଚକ୍ର, ବୌଦ୍ଧିକ ସମ୍ମିଳନୀ, କର୍ମଶାଳା, ପାଠଚକ୍ର, ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ସମ୍ମିଳନୀ, ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟରେ ସ୍ବାସ୍ଥ୍ୟ ସେବାର ବିଭିନ୍ନ ଶାଖା ଉପରେ ଗବେଷଣା କରିବେ।

07/01/2020

Leave a Reply

Your email address will not be published. Required fields are marked *

Comments