Bikash Khabar
ନିଆରା ନଜିର,ଯଶୋଦା ସଦନ ରେ ପୁଣି ଆଉ ଏକ କନ୍ୟାଦାନ

  ମହାବାତ୍ୟା ମୁହଁରୁ ଆସି ଯଶୋଦାସଦନ କୋଳରେ ବଢିଥିଲା ଅନ୍ନପୂର୍ଣା ବାତ୍ୟାର ମୁହଁରୁ ଅନ୍ନପୂର୍ଣା ଜୀବନ ବଂଚିଗଲା ନୂଆ ଜୀବନ ପାଇଲା ସେ ଆଉ ଏବେ ତାର ଜୀବନର ମହାନ ଖୁସିକୁ ହାତ ପାଆନ୍ତା ରେ ପାଇଛି ଅନ୍ନପୂର୍ଣ୍ଣା। ପୂର୍ଣ୍ଣ ହୋଇଛି ତା କୁଆଁରୀ ମନର ସ୍ୱପ୍ନ। ପାଇଛି ତା ସାତ ଜନମର ସାଥୀ। ଆଉ ତାକୁ ପୂରା କରିଛି କଟକ ରାଣୀହାଟ ସ୍ଥିତ ଯଶୋଦା ସଦନ ଅନ୍ନପୂର୍ଣ୍ଣା ବାହାଘର ପାଇଁ ସଜେଇ ହୋଇଛି ପୂରା ପରିବେଶ। ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଫୁଲରେ କରାଯାଇଛି ସାଜସଜା। ମଣ୍ଡପରେ ବସିଛନ୍ତି ବର-କନ୍ୟା। ପୁଣି ଭୋଜିରେ ଭଳିକି ଭଳି ଖାଦ୍ୟର ପସରା। ସୁନ୍ଦର ସାଜସଜାରେ ଅତିଥିମାନଙ୍କର ଆଖି ଝଲସି ଯାଉଛି।ବାଲ୍ୟରୁ ପିତା ମାତାଙ୍କୁ ହରେଇବାର ଦୁଃଖ ତାକୁ ଭୁଲେଇବାରେ ଯଶୋଦା ସଦନ ତାକୁ କେବଳ ସାହାଯ୍ୟ କରିନି ବରଂ ତାକୁ ମଣିଷ ପରି ମଣିଷ ଟିଏ କରାଇବାର ପ୍ରତିବଦ୍ଧତା ପାଳନ କରିଛି ଅନ୍ନପୂର୍ଣ୍ଣା କହିଛନ୍ତି-ଭଲ ଲାଗୁଛି। ଆଉ ଏକ ଦୁନିଆକୁ ମୁଁ ଯାଉଛି। ବାପା-ମାଆଙ୍କଠାରୁ ଯେତିକି ସ୍ନେହ ପାଇଥାନ୍ତି, ତାହାଠାରୁ ଅଧିକ ମୋ ଗୁରୁଜୀ ଗୁରୁମାଆଙ୍କଠାରୁ ପାଇଛି।୧୯୯୯ର ଭୟଙ୍କର ମହାବାତ୍ୟା। ଅନାଥ କରିଦେଇଥିଲା ଅନ୍ନପୂର୍ଣ୍ଣାଙ୍କୁ। ମାତ୍ର ବର୍ଷ ବୟସରେ ମୁଣ୍ଡ ଉପରୁ ଛଡାଇ ନେଇଥିଲା ବାପାମାଆଙ୍କ ହାତ। ସେବେଠୁ ଏହି ଯଶୋଦା ସଦନ ତାଙ୍କ ପାଇଁ ପାଲଟିଥିଲା ପରିବାର, ବନ୍ଧୁ ପରିଜନ ସବୁକିଛି। ଆଉ ଏବେ ପାଠ ପଢୁଥିବା ଅନ୍ନପୂର୍ଣ୍ଣାଙ୍କ ପାଇଁ ଜୀବନସାଥୀ ସହ ଆଉ ଏକ ନୂଆ ପରିବାର ଖୋଜି ଦେଇଛନ୍ତି ଆଶ୍ରମର କର୍ମକର୍ତ୍ତା। ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗାଁର ଜଗନ୍ନାଥ ପଣ୍ଡାଙ୍କ ହାତ ଧରିଛନ୍ତି ଅନ୍ନପୂର୍ଣ୍ଣା। ଏହାସହିତ ଠିକ୍ ବାପଘର ପରି ନିଜ ସାଧ୍ୟମତେ ନବଦଂପତିଙ୍କୁ ଟିଭି, ଫ୍ରିଜଠୁ ଆରମ୍ଭ କରି ପଲଙ୍କ ଅନ୍ୟ ଆସବାବପତ୍ର ଆଶ୍ରମ ପକ୍ଷରୁ ଦିଆଯାଇଛି।

23/11/2019

Leave a Reply

Your email address will not be published. Required fields are marked *

Comments