Bikash Khabar
ଦେଶର ସବୁଠୁ ଭଲ ପୋଲିସ ଥାନା,ରହିଛି ୱାଇଫାଇ ଜିମ ଖେଳପଡିଆ ଓ ମିଳୁଛି ଚା ଜଳଖିଆ

ସାରା ଦେଶର ୧୫୬୬୬ ଟି ପୋଲିସ ଥାନା  ସମ୍ପର୍କରେ ମତାମତକୁ ଆଧାରକରି କେନ୍ଦ୍ର ଗୃହ ବିଭାଗ ରାଜସ୍ଥାନ ବିକାନେରର କାଲୁ ପୋଲିସ ଷ୍ଟେସନ କୁ ସବୁଠୁ ଭଲ ଥାନାର ମାନ୍ୟତା ଦେଇଛନ୍ତି କାଳୁ ଥାନାରେ ପୋଲିସ ଙ୍କ ପାଇଁ  ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଛି।ମହିଳା ମାନଙ୍କ ପାଇଁ ହେଲ୍ପ ଡେସ୍କ,ପିଇବାପାଣି,ଅନଲାଇନ ରେ ଏଫଆଇଆର ଦରଜ କରାଇବାର ବ୍ୟବସ୍ଥା ରହିଛି ଏଠାରେ ରହିଛି ବ୍ୟାଡମିଣ୍ଟନକୋର୍ଟ ଅଭିଯୋଗକାରୀ ବୟସ୍କ ବ୍ୟକ୍ତି ମହିଳା ଙ୍କ ପାଇଁ ଏଠାରେ ଜରୁରୀ କାଳୀନ ଚା ଜଳଖିଆ ଯୋଗାଇଦିଆଯାଇଥାଏ ସେହିପରି ପଶ୍ଚିମବଂଗର ଫାରକ୍କା ପୋଲିସ ଥାନା ଭଲ ପୋଲିସ ଥାନା ତାଲିକାର ତୃତୀୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ଥିବା ଏହି ଥାନା ସମ୍ପୂର୍ଣ୍ଣ ରୂପେ ବାତାନୁକୂଳିତ ଖେଳପଡିଆ,ୱାଇଫାଇ, କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଖୋଲି ଥାନାଟି ପବ୍ଲିକ ଙ୍କ ପ୍ରିୟପାତ୍ର ହୋଇଛି ଆଖପାଖ ପିଲା ମାନେ ଏଠାକୁ ମାଗଣାରେ କମ୍ପ୍ୟୁଟର ଶିଖିବା ପାଇଁ ଆସିଥାନ୍ତି ବିଗତ କିଛି ବର୍ଷ ମଧ୍ୟରେ ଏହି ଥାନା ୮୦ ଟି ବାଲ୍ୟବିବାହ କୁ ରୋକିପାରିଛି

30/06/2019

Leave a Reply

Your email address will not be published. Required fields are marked *

Comments