Bikash Khabar
ତାମିଲନାଡ଼ୁ ସରକାରଙ୍କ ମାର୍ଗଦର୍ଶକ ସାଜିଲେ କାଶୀପୁର ପୁଅ, ଦେଲେ ୧୦ ପୃଷ୍ଠାର ରିପୋର୍ଟ

 କରୋନା ବିପତ୍ତି ସମୟରେ ଆର୍ଥିକ ସ୍ଥିତି ସୁଧାରିବାକୁ ତାମିଲନାଡ଼ୁ ସରକାରଙ୍କ ମାର୍ଗଦର୍ଶକ ସାଜିଛନ୍ତି କାଶୀପୁର ପୁଅ ମାଡ୍ରାସ ଆଇଆଇଟିରେ ପ୍ରଫେସର ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ସାହୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାନୁଷ୍ଠାନ (ଏମଏସଏମଇ) ମାଧ୍ୟମରେ ଲୋକଙ୍କୁ କିପରି ରୋଜଗାରକ୍ଷମ କରାଯିବ ଏବଂ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ପୁଣି ସଚଳ କରାଯିବା ସେ ନେଇ ୧୦ ପୃଷ୍ଠାର ରିପୋର୍ଟ ତାମିଲନାଡ଼ୁ ସରକାରଙ୍କୁ ପ୍ରଦାନ କରିଛନ୍ତି। ଉଭୟ ଇଂରାଜୀ ତାମିଲ୍ ଭାଷାରେ ପ୍ରସ୍ତୁତ ରିପୋର୍ଟକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କାର୍ଯ୍ୟକାରୀ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ୧୦ ପୃଷ୍ଠାର ରିପୋର୍ଟରେ ବତ୍ତର୍ମାନର ସ୍ଥିତି ଏବଂ ପ୍ରତିକାର ସମ୍ପର୍କରେ ଉଲ୍ଲେଖ କରାଯିବା ସହ ୭୦ ପ୍ରତିଶତ ଲୋକ ରୋଜଗାର ପନ୍ଥା ହରାଇଥିବାରୁ ପୁଣି ଥରେ ଅଣୁ ଏବଂ କ୍ଷୁଦ୍ର ପ୍ରତିଷ୍ଠାନ ଗୁଡ଼ିକୁ ସଚଳ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଉଦ୍ୟୋଗପତିଙ୍କୁ କମ ସୁଦ୍ଧରେ ଅଧିକରୁ ଅଧିକ ଋଣ ଯୋଗାଇବା ନିହାତି ଜରୁରୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ରାଜ୍ୟ ଉଦ୍ୟୋଗ ପାଣ୍ଠିର ପରିକଳ୍ପନା ଏପରିକ ଏମଏସଏମଇ ପାଇଁ ବୀମା ଯୋଜନା, ଉଦ୍ୟୋଗପତିଙ୍କ ନିକଟରେ ଆର୍ଥିକ ପ୍ରୋତ୍ସାହନ ପହଞ୍ଚାଇବା, ବ୍ୟବସାୟୀକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ସୁବିଧା ସୁଯେଗା ଯୋଗାଇବା, ମାନବ ସମ୍ବଳ ଏବଂ ଦକ୍ଷ କର୍ମଚାରୀ କାରିଗର ତିଆରି ଦିଗରେ ଦୃଷ୍ଟି ଦେବା ସହ ଦୀର୍ଘ ମିଆଦି ଯୋଜନା ଭଳି ଦିଗକୁ ଦୃଷ୍ଟି ଦେବା ପାଇଁ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

11/07/2020

Leave a Reply

Your email address will not be published. Required fields are marked *

Comments