ଭାରତର ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବ କତାର-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କତାର୍ର ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଟେଲିଫୋନ୍ ଯୋଗେ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୂଚନା । ଭାରତର ଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶ କରିବ କତାର୍ । ଏଥିପାଇଁ ଗଠନ ହେବ ଟାସ୍କ ଫୋର୍ସ । କତାର୍ର ପୁଞ୍ଜିନିବେଶ ପାଇଁ ନିର୍ଦ୍ଦିଷ୍ଟ ପ୍ରକଳ୍ପର ଅନ୍ବେଷଣ କରାଯିବ । ଟାସ୍କ ଫୋର୍ସରେ ରହିବେ କତାର ପେଟ୍ରୋଲିୟମର ଉପସଭାପତି । ଭାରତୀୟ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସର ବି ରହିବେ । ଦ୍ବିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବ । ଭାରତ ର କେଉଁ କେଉଁ ପ୍ରକଳ୍ପରେ କତାର ର ପୁଞ୍ଜିନିବେଶ ହେବ ସେ ସଂମ୍ପୃକ୍ତ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଲଏନଜି ଓ ଏଲପିଜିଯୋଗାଣ ଉପରେ କତାର ର ଭୂମିକା ରହିଛି । ଆମେ କ୍ରେତା ବିକ୍ରେତା ର ସମ୍ପର୍କ ବାହାରକୁ ଯାଇ ଦ୍ୱିପାକ୍ଷିକ ନିବେଶ ଉପରେ ଗୁରୁତ୍ୱ ଦେବାକୁ ଯତ୍ନଶୀଳ ଥିବା ମନ୍ତ୍ରୀ କହିଛନ୍ତି ।
11/12/2020