Bikash Khabar
ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ କେଡୁଝର ପ୍ରଶାସନର ପ୍ରୟାସ,ପ୍ଲାଷ୍ଟିକ ବଦଳରେ ଶାଳପତ୍ର ହେବ ବ୍ୟବହାର

   ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏବେ ପ୍ରୟାସ ଆରମ୍ଭ କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ। କେବଳ ପ୍ଲାଷ୍ଟିକ ମୁକ୍ତ ପାଇଁ ପ୍ରୟାସ କରିନି ବରଂ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଶାଳ ପତ୍ରରେ ପ୍ରସ୍ତୁତ ଖଲି ଠୁଙ୍ଗାକୁ ପ୍ରୋତ୍ସାହନ ଦେବାକୁ ନୂଆ ନିଷ୍ପତ୍ତି ନିଆଯାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଯେ କୌଣସି କର୍ମଶାଳା ବା ବୈଠକ ହେଲେ ଏଥିରେ ଖାଦ୍ୟ ପରଷିବା ପାଇଁ କୌଣସି ପ୍ଲାଷ୍ଟିକ ପ୍ଲେଟ ବ୍ୟବହାର କରାଯିବ ନାହିଁ ବରଂ ଶାଳ ପାତ୍ରରେ ପ୍ରସ୍ତୁତ ଠୁଙ୍ଗା ହିଁ ବ୍ୟବହାର କରାଯିବ। ସେହିପରି ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଖଲି ଠୁଙ୍ଗା ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆଯିବ।ଏହି କ୍ରମରେ ଏବେ ଏସଏଚଜି ସଦସ୍ୟାମାନେ ଏବେ ଶାଳ ପତ୍ରରେ ଖଲି ଠୁଙ୍ଗା ପ୍ରସ୍ତୁତ କରିବାର ପ୍ରୟାସରେ ଲାଗିପଡିଛନ୍ତି | ବଡ କଥା ହେଉଛି ଯେ ଏହା ଦ୍ୱାରା କେବଳ ପରିବେଶ ପ୍ରଦୂଷଣ ହେବାରୁ ରୋକାଯିବନି ବରଂ ନିଯୁକ୍ତି ରୋଜଗାର ମଧ୍ୟ ସୃଷ୍ଟି କରାଯାଇପାରିବ।ଏଠାରେ ସୂଚନା ଥାଉ କି ପୂର୍ବରୁ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ କ୍ୱଇଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ରୟାଲଟି ଦେବାକୁ ପଡୁଥିବାବେଳେ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମନ୍କୀ ବାତ୍‌‌କାର୍ଯ୍ୟକ୍ରମ ମାଧ୍ୟମରେ ଅକ୍ଟୋବରଠାରୁ ଦେଶରେ ପ୍ଲାଷ୍ଟିକ୍ବ୍ୟବହାର ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ କରାଯିବା ନେଇ କହିଥିଲେ।

21/09/2019

Leave a Reply

Your email address will not be published. Required fields are marked *

Comments