Bikash Khabar
ଭାରତ ପକ୍ଷରୁ ଫିଲିପାଇନ୍ସ ରେ ରଗବି ଖେଳିବେ କେନ୍ଦୁଝର ଝିଅ ହୁପି

କେନ୍ଦୁଝର ଆଦିବାସୀ ପଲ୍ଲୀରୁ ଫିଲିପାଇନସ୍ଯାତ୍ରା । ସିନେମାର କାହାଣୀ ପରି ଲାଗୁଥିବା ଏହି ସତ ଘଟଣା  ପଛରେ ଲୁଚି ରହିଛି ଅନେକ ଘାତ,ପ୍ରତିଘାତ ସଂଘର୍ଷର ଗାଥା ଫିଲିପାଇନସ୍ ମାନିଲାରେ ଜୁନ୍୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ ରଗ୍ବି ମହିଳା ଚାମ୍ପିଅନ୍ସିପ୍ରେ ଭାଗନେବେ କେନ୍ଦୁଝର ସଦର ବ୍ଲକ ଧାତିକା ଗ୍ରାମର ବଳରାମ ମାଝୀ ଗୁମି ମାଝୀଙ୍କ ଝିଅ ହୁପି। ହୁପି ଙ୍କ ପିତା  ବଳରାମ ଗାଁରେ ଚାଷବାସ ସାଙ୍ଗକୁ ମୂଲ ଲାଗି ପରିବାର ଚଳାଉଥିଲେ। ଗାଁ ସ୍କୁଲରେ ପାଠ ପଢ଼ୁଥିବା ହୁପି କିନ୍ତୁ ଆଗକୁ ବଢ଼ିବାକୁ ଚାହୁଁଥିଲେ ଘରର ଆର୍ଥିକ ଅଭାବ ସାଜୁଥିଲା ବାଧକ ଦାରିଦ୍ରତା କାରଣରୁ ସେ ବାହାରକୁ ଯାଇ ପଢିବା ବା ଖେଳିବା କଥା ଭାବି ପାରୁନଥିଲେ ପରବର୍ତ୍ତୀ ସମୟରେ ହୁପି ଭୁବନେଶ୍ବର ସ୍ଥିତ କିସ୍ରେ ପାଠ ପଢ଼ିବା ପାଇଁ ସୁଯୋଗ ପାଇଲେ ଏଠାକୁ ଆସିବା ପରେ ତାଙ୍କ ସ୍ୱପ୍ନରେ ଲାଗିଥିଲା ଡେଣା ପାଠ ସାଙ୍ଗକୁ ରଗବି ଖେଳ ପ୍ରତି ଅଧିକ ଧ୍ୟାନ ଦେଉଥିଲେ ହୁପି। ସ୍ପିକର ପୋଜିସନରେ ଖେଳୁଥିବା ହୁପି ପ୍ରଥମେ ଜିଲ୍ଲାସ୍ତରରେ ସଫଳତା ଅର୍ଜନ କଲେ। ଏହାପରେ ତାଙ୍କୁ ରାଜ୍ୟ ରଗ୍ବି ଦଳରେ ସ୍ଥାନ ମିଳିଲା।

୨୦୧୧ ମସିହାରେ ଝାଡ଼ଖଣ୍ଡରେ ହୋଇଥିବା ୧୬ ବର୍ଷରୁ କମ୍ଜାତୀୟ ରଗ୍ବି ଚମ୍ପିଅନସିପ୍ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ଆସିଥିଲେ ହୁପି। ପରେ ବହୁ ଗରୁତ୍ବପୂର୍ଣ୍ଣପ୍ରତିଯୋଗିତାରେ ତାଙ୍କୁ ଖେଳିବା ସୁଯୋଗ ମିଳିଲା। ହୁପି ୨୦୧୨ ୨୦୧୩ ମସିହାରେ ସର୍ବଭାରତୀୟ ମହିଳା ରଗ୍ବି ଚମ୍ପିଅଆନ୍ସିପ୍ଖେଳିଥିଲେ। ୨୦୧୫ ମସିହାରେ କେରଳରେ ଖେଳାଯାଇଥିବା ଜାତୀୟ ମହିଳା ରଗ୍ବି ଚମ୍ପିଅନସିପ୍ରେ ଓଡ଼ିଶା ଦଳର ସଦସ୍ୟ ଥିଲେ। ବର୍ତ୍ତମାନ ଫିଲିପାଇନସ୍ ମାନିଲାରେ ହେବାକୁ ଥିବା ଏସୀୟ ମହିଳା ରଗ୍ବି ଚାମ୍ପିଅନ୍ସିପରେ ଭାରତୀୟ ଦଳରେ ସାମିଲ ହୋଇ କେନ୍ଦୁଝର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ହୁପି।

 

19/06/2019

Leave a Reply

Your email address will not be published. Required fields are marked *

Comments