Bikash Khabar
ଏକା ସମୟରେ ଦାନ୍ତ ଘସିଲେ ୨୬ ହଜାର ବିଦ୍ୟାର୍ଥୀ ,ରଚିଲେ ରେକର୍ଡ

 ଜଣେ କି ଦୁଇଜଣ ନୁହେଁ, ଗୋଟିଏ ସ୍ଥାନରେ ଏକାସାଙ୍ଗରେ ୨୬,୩୮୨ଜଣ ଦାନ୍ତ ଘଷିି କରିଛନ୍ତି ବିରଳ ବିଶ୍ୱ ରେକର୍ଡ। ଗୁରୁବାର କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ଅଫ୍ସୋସିଆଲ ସାଇନ୍ସ(କିସ୍‌) ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିସ୍ଛାତ୍ରୀଛାତ୍ର, ଅନୁଷ୍ଠାନର କର୍ମଚାରୀ ଏବଂ ଜନଜାତିର ପିଲାମାନଙ୍କ ସମେତ ମୋଟ ୨୬,୩୮୨ ଲୋକ ସାମୁହିକ ଦାନ୍ତ ଘଷିି ନୂତନ ଗିନିଜ୍ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। କୋଲ୍ଗେଟ୍ପାମୋଲିଭ୍ଇଣ୍ଡିଆ ଲିମିଟେଡ, ଇଣ୍ଡିଆନ୍ଆସୋସିଏଶନ ଅଫ୍ପବ୍ଲିକ ହେଲ୍ ଡେଣ୍ଟିଷ୍ଟ୍ର୍ରି (ଆଇଏପିଏଚଡି) ଏବଂ କିସ୍ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ଅବସରରେ ସମସ୍ତେ କୋଲଗେଟ ଟୁଥ୍ପେଷ୍ଟ ଏବଂ କୋଲଗେଟ ଟୁଥ୍ବ୍ରଶରେ ଦାନ୍ତ ଘଷିଥିଲେ। ଓରାଲ୍ହେଲ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ କୋଲଗେଟ୍ କିପ୍ଇଣ୍ଡିଆ ସ୍ମାଇଲିଂମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଜଳସମ୍ପଦ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କିସ୍ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୋଲ୍ଗେଟ୍ପାମୋଲିଭ୍ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ରାମ ରାଘବନ ଏବଂ ଇଣ୍ଡିଆନ୍ଆସୋସିଏଶନ୍ଅଫ୍ପବ୍ଲିକ ହେଲ୍ ଡେଣ୍ଟିଷ୍ଟ୍ରିର ସମ୍ପାଦକ . ସବ୍ୟସାଚୀ ଶାହା ପ୍ରମୁଖ ଉପସ୍ଥିତ ଥିଲେ।

08/11/2019

Leave a Reply

Your email address will not be published. Required fields are marked *

Comments