Bikash Khabar
ଗିନିଜ ବିଶ୍ୱ ରେକର୍ଡ ର ତିନୋଟି ସ୍ଥାନ ହାସଲ କଲା ପ୍ରୟାଗରାଜ ର କୁମ୍ଭମେଳା

ଭିଡ଼ ପରିଚାଳନା ,ସହର ସୌଦର୍ୟ୍ୟକରଣ ପରିମଳ କ୍ଷେତ୍ରରେ ଅଭିନବ କାମ କରି ପୁଣି ବିଶ୍ୱ ସମୁଦାୟ ଙ୍କ ନଜରକୁ ଆସିଛି ପ୍ରୟାଗ ରାଜ କୁମ୍ଭ ମେଳା ୨୦୧୯କୁ  ଗିନିଜ ବୁକ ଅଫ ରେକର୍ଡ ରେ  ସ୍ଥାନ ମିଳିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ ରଙ୍ଗେଇବା କାର୍ୟ୍ୟକ୍ରମ ଏବଂ ସବୁଠୁ ବଡ଼ ପରିମଳ ଏବଂ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା। ଏହି ଉଦ୍ଦେଶ୍ୟରେ ଗିନିଜ ବିଶ୍ୱ ରେକର୍ଡର  ଏକ ଜଣିଆ  ପ୍ରତିନିଧି ଦଳ ପ୍ରୟାଗରାଜ ପରିଦର୍ଶନରେ ଆସିଥିଲେ। ଫେବୃଆରୀ ୨୮ରୁ ମାର୍ଚ୍ଚ ତାରିଖ ପର୍ୟ୍ୟନ୍ତ ତିନି ଦିନିଆ କାର୍ୟ୍ୟକ୍ରମ ଏହି ପ୍ରତିନିଧି ଦଳର  ସଦସ୍ୟମାନଙ୍କ ସମ୍ମୁଖରେ କରାଯାଇଥିଲା ଦଳ ପାଇଁ ଫେବୃଆରୀ ୨୮ରେ ଥରକେ ପାଖାପାଖି ୫୦୩ଟି ସଟଲ ବସ୍ ରାଜପଥରେ ଯାତ୍ରୀ ସେବା ଆରମ୍ଭ କରିଥିଲା। ରଙ୍ଗ କରିବା କାମରେ ବହୁସଂଖ୍ୟକ ଲୋକ ମାର୍ଚ୍ଚ ତାରିଖରେ ସାମିଲ ହୋଇଥିଲେ। ପ୍ରୟାଗରାଜ କୁମ୍ଭ ପରିସରକୁ ସଫେଇ କରିବାରେ ୧୦ ହଜାର କର୍ମଚାରୀ ନିୟୋଜିତ ରହି ସେମାନଙ୍କ କର୍ତବ୍ୟ ସମ୍ପାଦନ କରିଥିଲେ।

ସୂଚନାଯୋଗ୍ୟଯେ ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସମାବେଶ ପ୍ରୟାଗ କୁମ୍ଭମେଳାର ମହାଶିବ ରାତ୍ରି ହେଉଛି ଶେଷ ଦିବସ ଅନ୍ତିମ ଦିନରେ ଏଭଳି ଏକ ଖବର ଉତ୍ତରପ୍ରଦେଶ ପ୍ରଶାସନ ଉତ୍ସାହ ବୃଦ୍ଧି କରିଛି ଜାନୁଆରୀ ରୁ ଆରମ୍ଭ ହୋଇଥିବା ଏହି ୫୪ ଦିନର ମେଳାରେ କୋଟି କୋଟି ଭକ୍ତ ସମବେତ ହେବ ସହ ଟି ପବିତ୍ର ସ୍ନାନ ମଜା ନେଇଛନ୍ତି ଉତ୍ତରପ୍ରଦେଶ ସରକାର ଅଦ୍ଭୂତପୂର୍ବ ଆୟୋଜନ କରି ପ୍ରଶଂସା ସାଉଣ୍ଟିଛନ୍ତି

04/03/2019

Leave a Reply

Your email address will not be published. Required fields are marked *

Comments