Bikash Khabar
ଏପ୍ରିଲ ପହିଲାରୁ ମିଳିବ ଘଣ୍ଟାକରେ କବଲା

ଆସନ୍ତାମାସ ୧୦ ତାରିଖରୁ ମୋ ସରକାରକାର୍ଯ୍ୟକ୍ରମରେ ସାମିଲ ହେବ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ। ସରକାରଙ୍କ ବାରମ୍ବାର ତାଗିଦ୍ପରେ ବି ରାଜ୍ୟର କେତେକ ତହସିଲରେ ଦାଖଲ-ଖାରଜ ମାମଲା ଫଇସଲା ହୋଇ ପଡ଼ିରହିଛି। ରାଜସ୍ବ ବିଭାଗ ଅଧୀନରେ ପ୍ରଦାନ କରାଯାଉଥିବା ୩୧ ପ୍ରକାର ଜନସେବା ପାଇଁ ଆସିଥିବା ଆବେଦନ ପତ୍ରଗୁଡ଼ିକ ତ୍ବରିତ୍ବିଚାର କରି ପକେଇ ରଖାଯାଇଛି। ଆସନ୍ତା ଫେବ୍ରୁଆରି ତାରିଖ ସୁଦ୍ଧା ଏସବୁ ସମ୍ପୂର୍ଣ୍ଣ କର ନଚେତ୍କାର୍ଯ୍ୟାନୁଷ୍ଠାନ ହେବ। ଆଜି ଲୋକସେବା ଭବନରେ ଜିଲ୍ଲାପାଳ, ଏଡିଏମ୍ ତହସିଲଦାରମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ରାଜସ୍ବ ବିଭାଗ ସମୀକ୍ଷା କରିବା ଅବସରରେ ଏପରି ତାଗିଦ୍ କରିଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଆସନ୍ତାମାସ ପହିଲାରୁ ସବ ରେଜିଷ୍ଟ୍ରାର୍ଅଫିସରେ ଜମି କିଣା-ବିକା କାଗଜପତ୍ର ଗୋଟିଏ ଦିନରେ ମିଳିବ। ଏପ୍ରିଲ ପହିଲାରୁ ଜମି କିଣାବିକା ହେବାର ଗୋଟିଏ ଘଣ୍ଟା ପରେ ସବରେଜିଷ୍ଟ୍ରାର୍ ଅଫିସ କବଲା ପ୍ରଦାନ କରିବ।

25/01/2020

Leave a Reply

Your email address will not be published. Required fields are marked *

Comments