Bikash Khabar
ଆରମ୍ଭ ହେଲା ଦଶପଲ୍ଲା ର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା

 

ନୟାଗଡ଼ ଜିଲା ଦଶପଲ୍ଲାଠାରେ ଗତକାଲି  ଶନିବାରଠାରୁ  ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା। ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇ ଥିବା ଏହି ପ୍ରସିଦ୍ଧ ଯାତ୍ରା  ଦୀର୍ଘ ୧୨ ଦିନ ଧରି ଚାଲିବ।  ଯାତ୍ରା ନିମନ୍ତେ ଶ୍ରୀଶ୍ରୀ ରଘୁନାଥ ଜୀଉ ଏବଂ ମହାବୀର ଦେବଙ୍କ ମନ୍ଦିର ସମ୍ମୁଖରେ ଏକ  ବିରାଟ ଛାୟା ମଣ୍ଡପ ନିର୍ମାଣ କରାଯାଇଛି। ଏହିି ଯାତ୍ରା ନିମନ୍ତେ ପ୍ରତ୍ୟହ ପୂର୍ବାହ୍ନରେ ମନ୍ଦିର ପରିସରରେ ଦେବନୀତି ଶାସ୍ତ୍ରାନୁସାରେ ପୂଜାର୍ଚ୍ଚନା ପରେ ରାତିରେ କଳାକାରଙ୍କ ଦ୍ୱାରା ଖୋଲା ରଙ୍ଗମଞ୍ଚରେ ରାମଲୀଳା ମଞ୍ଚସ୍ଥ ହେବ।  କାଠମୁଖା ଧାରଣ କରି କଳାକାରମାନେ  ଅଭିନୟ କରିବେ   ଅଭିନୟ କରୁଥିବା କଳାକାରମାନେ ରାମନବମୀଠାରୁ ବ୍ରତ ଧାରଣ କରିଥାନ୍ତିି। କେବଳ ମନ୍ଦିରରେ ଭୋଗ ଗ୍ରହଣପୂର୍ବକ ଉପବାସ କରି ଅଭିନୟ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ୧୮୦୨ ମସିହାରୁ ଏହି ଯାତ୍ରା  ଦଶପଲ୍ଲାରେ ଅନୁଷ୍ଠିତ ହୋଇଆସୁଛି। ଯାତ୍ରାର ପ୍ରଥମ ଦିବସ ଶ୍ରୀରାମ ଜନ୍ମଠାରୁ ଆରମ୍ଭ ହୋଇ ପର୍ୟ୍ୟାୟକ୍ରମେ ତାଡ଼କା ବଧ, ଶିବଧନୁ ଭଙ୍ଗ , ସୀତା ବିବାହ ପର୍ଶୁରାମ ଭେଟ ପରେ ଗଣ୍ଡାବଧ ନିମନ୍ତେ ଶୋଭାଯାତ୍ରା ବାହାରି  ନଗର ପରିକ୍ରମା କରି  ନେତାଜୀ ମଇଦାନ ପର୍ୟ୍ୟନ୍ତ ଆସିଥାଏ। ସେଠାରେ ଗଣ୍ଡାବଧ ହୋଇଥାଏ। ଯାହାକି ଯାତ୍ରାର ଏକ ଆକର୍ଷଣ ପାଲଟିଥାଏ। ଏହା ପରେ ରାମ ବନବାସ, ସୀତା ହରଣ, ସୀତାଠାବ ପରେ  ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ ରାବଣ ବଧ ବା ଲଙ୍କାପୋଡ଼ି ଲଙ୍କାପୋଡ଼ିରେ ଲକ୍ଷାଧିକ ଟଙ୍କାର ଆତସବାଜି ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥାଏ।

14/04/2019

Leave a Reply

Your email address will not be published. Required fields are marked *

Comments