Bikash Khabar
ନବୀନ ଙ୍କ ଶେଷ କ୍ୟାବିନେଟ ରେ ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି  ସରକାରଙ୍କ ଶେଷ କ୍ୟାବିନେଟ୍ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକବାତ୍ୟା ଫୋନି  ଦ୍ୱାରା କ୍ଷତିଗ୍ରସ୍ତ  ପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳ ପାଇଁ ପଦକ୍ଷେପ ସମୀକ୍ଷା ସହ ବିଭିନ୍ନ ନିୟମରେ କୋହଳ କରାଯାଇଛି।ପୂର୍ତ୍ତ ବିଭାଗ ନିୟମାବଳୀରେ କେତେକ ପରିବର୍ତ୍ତନ କରାଯାଇଥିବା  ଜଣାପଡିଛି ଏଣିକି ଲକ୍ଷ ଯାଏ ମୂଲ୍ୟର କାର୍ଯ୍ୟ ସାରିବା ପାଇଁ ସମୟସୀମା ମାସେରୁ ଅଧିକ ହେବ ନାହିଁ। ସେହିପରି ଲକ୍ଷରୁ ଅଧିକ ମୂଲ୍ୟର କାର୍ଯ୍ୟ ସାରିବା ପାଇଁ ସମୟସୀମା ମାସରୁ ଅଧିକ ହେବ ନାହିଁ। ବିନା ଟେଣ୍ଡରରେ କୌଣସି କାର୍ଯ୍ୟର ଅଟକଳକୁ ବିଭାଜନ କରାଯିବ ନାହିଁ। ଜରୁରୀ ଥିଲେ ଯନ୍ତ୍ରୀମୁଖ୍ୟ ଅଥବା ମୁଖ୍ୟଯନ୍ତ୍ରୀ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକୁ ବିଭାଜନ କରିପାରିବେ। ଏହାଠାରୁ ଅଧିକ ହେଲେ ପ୍ରଶାସନିକ ମଞ୍ଜୁରୀ ନେବାକୁ ପଡିବ। ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେବାପାଇଁ ମୁଖ୍ୟଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ଏହାଠାରୁ ଅଧିକ ହେଲେ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ। ଜରୁରୀ ପରିସ୍ଥିତିରେ ନିୟମ କୋହଳ କରି ଆବଶ୍ୟକ ଯନ୍ତ୍ରପାତି ସାମଗ୍ରୀ ରଖିଥିବା ଉଚ୍ଚଶ୍ରେଣୀର ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇପାରିବ। ଏଥିପାଇଁ ଠିକାଦାର ଚୟନ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଭିତ୍ତିରେ ହେଉଥିବା କାର୍ଯ୍ୟ ପାଇଁ ଶ୍ରମ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ଦୈନିକ ମଜୁରି ବାବଦରେ ଦେଢଗୁଣା ଅର୍ଥ ଦିଆଯିବ। ପୂର୍ତ୍ତ ବିଭାଗ ଅଧୀନ ପ୍ରତି କାର୍ଯ୍ୟ ପିଛା ସର୍ବୋଚ୍ଚ ସୀମା ୨୦ ଲକ୍ଷ ଟଙ୍କା ରହିବ।ଫନୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ପୋଖରୀଗୁଡିକର ବିଶୁଦ୍ଧୀକରଣ ପାଇଁ ଜଳସମ୍ପଦ, ମତ୍ସ୍ୟ ପ୍ରାଣୀସମ୍ପଦ ବିଭାଗକୁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଅନୁଯାୟୀ ୧୧୫୯. କୋଟି ଟଙ୍କାର ଆବଶ୍ୟକତା ରହିଥିବା କୁହାଯାଇଛି। ଶକ୍ତିକ୍ଷେତ୍ରରେ କ୍ଷୟକ୍ଷତିକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ଗ୍ରହଣ କରି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରେ ଥିବା ପୂର୍ତ୍ତ କାର୍ଯ୍ୟ, ଗ୍ରୀଡ୍ସବଷ୍ଟେଶନ, ୩୩ କେ.ଭି ଭିତ୍ତିଭୂମି ଲାଇନ୍ ଶ୍ରମିକ ମଜୁରି ମାନଦଣ୍ଡ କୋହଳ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା କଥା କ୍ୟାବିନେଟ୍କୁ ଅବଗତ କରାଯାଇଥିବା ସରକାର କହିଛନ୍ତି।

19/05/2019

Leave a Reply

Your email address will not be published. Required fields are marked *

Comments