Bikash Khabar
ଅସରାଏ ପାଣିରେ ବେହାଲ କଟକ,ତଳିଆ ଅଂଚଳ ଜଳମଗ୍ନ

କଟକ ତଳିଆ ଅଞ୍ଚଳରେ ଶୁକ୍ରବାର ରାତିରୁ ପାଣି ପଶିଛି। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି । ପଟାପୋଲ ଅଞ୍ଚଳରେ ଗତକାଲି ଠାରୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଲୋକେ ଚୁଡା ଖାଇ ଲୋକେ ରାତି ବିତାଇଥିବା କହିଛନ୍ତି ଲଗାଣ ବର୍ଷାଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ପଟାପୋଲ କେବଳ ନୁହେଁ ବାଦମବାଡି ଲିଙ୍କ ରୋଡରୁ ଚଣ୍ଡୀ ମନ୍ଦିର, ଚାନ୍ଦିନି ଚୌକରୁ ଜୋବ୍ରା ସମସ୍ତ ସ୍ଥାନ ହୋଇଛି ଜଳମୟ ମୁଖ୍ୟ ରାସ୍ତାଠୁ ନେଇ ଗଳି କନ୍ଦି ସବୁଠାରେ ଆଣ୍ଠୁଏ ଉପରେ ପାଣି ଭାଙ୍ଗୁଛି ଲହଡି ଯେଉଁ କାରଣରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ ସହର ମଧ୍ୟ ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍ ଅବସ୍ଥା କହିବା ଭଲ କେଉଁଠି ରାସ୍ତା କେଉଁଠି ଡ୍ରେନ ଜାଣିବା ହେଉଛି ମୁସକିଲ୍ ସ୍ଥିତି ଏପରି ଯେ ଚକିଆ ଯାନ ଠାରୁ ଆରମ୍ଭ କରି ଅଟୋ ଏପରିକି କାର ମଧ୍ୟ ପାଣି ଭିତରେ ଯିବା ପାଇଁ ଡରୁଛନ୍ତି ଆଉ ତଳିଆ ଅଞ୍ଚଳ କଥା କହିବା ଭଲ ସାହି ବସ୍ତିରେ ଗତ କାଲି ସନ୍ଧ୍ୟା ବେଳଠୁ  ପଶିଥିବା ପାଣି ନିଷ୍କାସନ ହେଉନାହିଁ  ରାସ୍ତା ଉପରେ ନର୍ଦ୍ଦମା ପାଣି ଜମି ରହିଥିବାରୁ ଯାତାୟତ ସମ୍ଭବ ହୋଇ ପାରୁନି ସବୁଠାରୁ ବଡ କଥା ହେଉଛି ଠିକ୍ ଭାବରେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି କିଛି ଦିନ ତଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କଟକର ଗଳିକନ୍ଦିରେ ଆଉ ବନ୍ୟାଜଳ ଠୁଳ ହୋଇରହିବ ସମସ୍ୟା ଦେଖାଯିବ ନାହିଁ ବୋଲି କହିଥିବା ବେଳେ ମନ୍ତ୍ରୀଙ୍କ କଥାର ଠିକ ଓଲଟା ଚିତ୍ର ଦେଖିବାକୁ ମିଳୁଛି କଟକରେ ୧୩୪. ମିଲିମିଟର ବର୍ଷା ସହରବାସୀଙ୍କ ପାଇଁ ଦୁଃଖ ପାଲଟିଛି

06/07/2019

Leave a Reply

Your email address will not be published. Required fields are marked *

Comments