Bikash Khabar
ମାତିଛି ପାଗଳ ବାଘ ,ଓଡ଼ିଶାର ୬୦ ୱେବ ସାଇଟ ହ୍ୟାକ

ରାଜ୍ୟରେ ହୋଇଛି  ବଡ ଧରଣର ସାଇବର ଆଟାକ । ହ୍ୟାକରଙ୍କ କବଜାରେ ୫୦ରୁ ଉର୍ଦ୍ଧ୍ବ ପ୍ରମୁଖ ୱେବସାଇଟ । ଓଏଏସ ଆସୋସିଏସନ, ହିନ୍ଦୋଳ କଲେଜ,ଦଇତାପତି ନିଯୋଗ , ସାଲେପୁର କଲେଜ,ଶରଣକୂଳ କଲେଜ ଓ ରଣପୁର କଲେଜ  ର ୱେବସାଇଟକୁ ହ୍ୟାକ କରାଯାଇଛି । ମ୍ୟାଡ ଟାଇଗର ନାଁରେ ଏସବୁ ୱେବାସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର ।
 
ଏଥର  ଘରୋଇ ସଂସ୍ଥା ଓ କମ୍ପାନୀ ଗୁଡିକୁ  ଟାର୍ଗେଟ କରିଛନ୍ତି ହ୍ୟାକର । ୱେବସାଇଟ ଖୋଲିଲେ ଲେଖୁଛି ହ୍ୟାକଡ଼  ବାଏ ମ୍ୟାଡ ଟାଇଗର । ଏହି ସାଇଟ ଗୁଡିକରେ  ସମ୍ପୃକ୍ତ ସଂସ୍ଥାଗୁଡିକର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା କୁହାଯାଉଛି  । ଯାହାର ଅପବ୍ୟବହାର ହେବାର ସମ୍ଭାବନା ବେଶ ଅଧିକ । 
 
କିଏ ଏହି ମ୍ୟାଡ ଟାଇଗର । କାହିଁକି ଏସମସ୍ତ ୱେବସାଇଟକୁ ହ୍ୟାକ କରାଯାଇଛି । କ'ଣ ରହିଛି ହ୍ୟାକରଙ୍କ ପ୍ରକୃତ ଉଦ୍ଦେଶ୍ୟ । ଏନେଇ ଛାନଭିନ କରୁଛି ପୋଲିସ । ଖୁବଶୀଘ୍ର ଅପରାଧିଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି କାର୍ନାମା ପଛ ର  ଖଳନାୟକ କୁ ଖୋଜି ଧରିବାରେ ପୋଲିସ ସକ୍ଷମ ହେଉଛିକି ନାହିଁ ଦେଖିବା ପାଇଁ ବାକିରହିଲା  ।

23/02/2019

Leave a Reply

Your email address will not be published. Required fields are marked *

Comments