Bikash Khabar
ବାବା ସାହେବ ଆମ୍ବେଦକରଂକ ଆଜି ମହାପରାୟଣ ଦିବସ,ସମାଜକୁ ଜାତି ପ୍ରଥାରୁ ଉଦ୍ଧାର କରିବାକୁ ଆଜୀବନ ଥିଲେ ବ୍ରତୀ

ସମ୍ବିଧାନର ଜନକ ଭୀମରାଓ ଆମ୍ବେଦକରଙ୍କ ଆଜି ମହାପରାୟଣ ଦିବସ ଡିସେମ୍ବର ୧୯୫୬ ମସିହାରେ ଏହି ମହାନ ବ୍ୟକ୍ତିଙ୍କର ଦେହାନ୍ତ ହୋଇଥିଲା ଭାରତରେ ବୌଦ୍ଧ ଧର୍ମ ସଂକଟରେ ଥିବା ବେଳେ ସେ ବୌଦ୍ଧ ଧର୍ମ ଗ୍ରହଣ କରି ଆଜୀବନ ଏହାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିଥିଲେ ସେ ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ମୃତ୍ୟୁର ୩୪ ବର୍ଷ ପରେ ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାରତ ରତ୍ନପ୍ରଦାନ କରାଯାଇଥିଲା ସେ ପରାଧିନ ଭାରତର ଅଛୁଆଁ ଜାତି କୁହାଯାଉଥିବା ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସକପାଲ ମାତାଙ୍କ ନାମ ଭୀମାବାଈ ରାମଜୀ ଥିଲା ସେ ତାଙ୍କ ପିତା ମାତାଙ୍କର ୧୪ ତମ ସନ୍ତାନ ଥିଲେ ତାଙ୍କ ପିତା ବ୍ରିଟିସ୍ ସେନାର ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବାବା ସାହେବଙ୍କର ଜନ୍ମ ତାଙ୍କ ପିତା କାମ କରୁଥିବା ସେନା ଛାଉଣୀ ମଧ୍ୟରେ ୧୮୯୧ ଏପ୍ରିଲ ତାରିଖରେ ଜନ୍ମ ହୋଇଥିଲେ ତାଙ୍କର ଯେତେବେଳେ ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟଳୟରେ ନାମ ଲେଖା ଗଲା ସେତେବେଳେ ତାଙ୍କ ପିତା ସକପାଲ୍ ସାଙ୍ଗିଆ କାଟି ଆମ୍ବେଡକର ଲେଖିଦେଇଥିଲେ ଏହି ସାଙ୍ଗିଆ ତାଙ୍କ ନିଜ ଗାଁ ଆମ୍ବଡୱେ ଆମ୍ବେଦକର ହୋଇଥିଲା ଜାତିପ୍ରଥ ଯୋଗୁଁ ବାଲ୍ୟକାଳରେ ତାଙ୍କୁ ବିଭନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥିଲା ବିଦ୍ୟାଳୟ ହେଉ କି ଅନ୍ୟ କେଉଁଠି ସେ ଅନ୍ୟମାନଙ୍କ ସହିତ ବସି ପାରୁ ନଥିଲେ ସେ ନିଚ୍ଚ ଜାତିର ହୋଇଥିବାରୁ ତାଙ୍କୁ ଅଲଗା ବସିବାକୁ ପଡୁଥିଲା ସେ ବିଦ୍ୟାଳୟ ଗଲା ବେଳେ ଘରୁ ଏକ ଅଖା ନେଇ ଯାଉଥିଲେ ବିଦ୍ୟାଳୟର ପିଅନ ତାଙ୍କୁ ପାଣି ଦେବା ବେଳେ ଉଚ୍ଚସ୍ଥାନରୁ ଟେକି ଦେଉଥିଲା ବାବା ସାହେବ ତାକୁ ଆଞ୍ଜୁଳିରେ ପିଉଥିଲେ ଯଦି କୌଣସ କାରଣରୁ ପିଅନ ସ୍କୁଲରେ ଅନୁପସ୍ଥିତ ରହୁଥିଲେ ତେବେ ବାବା ସାହେବ ଶୋଷରେ  ଘରକୁ ଫେରୁଥିଲେ ଏଭଳି ଅକଥନୀୟ ନିର୍ଯାତନା ତାଙ୍କ ମନରେ ସାହସ ଦାମ୍ଭୀକତା ଭରିଥିଲା ଏହାଠୁ ସେ ନେତୃତ୍ୱ ନେବାର ଅଦିମ ସାହସ ଯୋଗାଡ କରିପାରିଥିଲେ ଯାହାକୁ ପାଥେୟ କରି ସେ କେବଳ ଏକ ସଂପ୍ରଦାୟ ନୁହେଁ ସାରା ଦେଶର ନେତୃତ୍ୱ ନେବାରେ ସଫଳ ହୋଇଥିଲେ

06/12/2020

Leave a Reply

Your email address will not be published. Required fields are marked *

Comments