Bikash Khabar
ବସ୍ତାନୀ ବୋଝ ହ୍ରାସ ଓ ଏନ୍‌ସିଇଆରଟି ପୁସ୍ତକ ବ୍ୟବହାର ନେଇ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଲା

 ବାରମ୍ବାର କହିବା ପରେ ବି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ନିର୍ଦେଶକୁ ପାଳନ କରୁନାହାନ୍ତି ଘରୋଇ ବିଦ୍ୟାଳୟ। କେନ୍ଦ୍ର ମାନବ ସମ୍ବଳ ବିଭାଗ ଏନ୍ସିଇଆରଟିର ନିୟମକୁ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀଙ୍କୁ ଅଧିକ ବହି ଆଣିବାକୁ ବାଧ୍ୟ କରୁଛନ୍ତି। ଏନ୍ସିଇଆରଟି ବହି ବଦଳରେ ବେସରକାରୀ ସଂସ୍ଥା ଦ୍ୱାରା ପ୍ରକାଶିତ ପୁସ୍ତକକୁ ବିଦ୍ୟାଳୟଗୁଡ଼ିକ ଅଧିକ ଦରରେ ବିକ୍ରୟ କରୁଛନ୍ତି। ଏଭଳି ଘଟଣା ଜଣାପଡ଼ିବା ପରେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବସ୍ତାନୀ ବୋଝ କମାଇବା ଏନ୍ସିଇଆରଟି ପୁସ୍ତକ ବ୍ୟବହାର କରିବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ଥରେ ଚିଠି ଲେଖା ଯାଇଛି। ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ସମ୍ବନ୍ଧରେ ଆସନ୍ତା ୨୦ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପି.କେ ମିଶ୍ର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ସିବିଏସ୍ ଆଇସିଏସ୍ ଅଧୀନରେ ଥିବା ସମସ୍ତ ଘରୋଇ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବେ। ଯେତେଶୀଘ୍ର ସମ୍ଭବ ଜିଲ୍ଲପାଳ, ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି), ପୁଲିସ ଅଧିକାରୀ ଏନ୍ଜିଓ ସଦସ୍ୟଙ୍କୁ ନେଇ ସ୍କ୍ବାଡ୍ଗଠନ କରିବାକୁ କୁହାଯାଇଛି। ଏହି ସ୍କ୍ବାଡ୍ବିଭିନ୍ନ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କର ବ୍ୟାଗ୍ଓଜନ ଯାଞ୍ଚ କରିବେ। ବ୍ଲକ ଜିଲ୍ଲାସ୍ତରରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ।

 

15/02/2020

Leave a Reply

Your email address will not be published. Required fields are marked *

Comments