Bikash Khabar
ଜୁନ ୧ ରୁ ରାଜଧାନୀରେ ହେବ ଆମ୍ବ ଉତ୍ସବ

ଭୁବନେଶ୍ୱର ରେ ଆଗାମୀ  ଜୁନ୍୧ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ   'ଆମ ଆମ୍ବ ବଜାର'   ଏସ୍ଆଇଆର୍ଡି ପରିସରରେ ଦିନ ଧରି ଏହା ପାଳିତ ହେବାକୁ ଯାଉଛି ଏହି ଉତ୍ସବ ରେ ଓଡ଼ିଶା ଚାଷୀଙ୍କ ଦ୍ଵାରା ଅମଳ କରାଯାଉଥିବା ବିଭିନ୍ନ ପ୍ରଜାତି   ଆମ୍ବର ପ୍ରଦର୍ଶନୀ ବିକ୍ରୀ ହେବ ବୋଲି ରାଜ୍ୟ ପଞ୍ଚାୟତିରାଜ ପାନୀୟଜଳ ବିଭାଗ ପକ୍ଷରୁ କୁହାଯାଇଛି। ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଗଜପତିର ଆମ୍ବ ଚାଷୀ ମାନେ  ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଜିଲ୍ଲା ଗୁଡ଼ିକରେ ବିଭିନ୍ନ ପ୍ରକାରର ଆମ୍ବ ଉତ୍ପାଦନ ହୋଇଥାଏ

ଓର୍ମାସ୍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟଂପ୍ରଭା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରଜାତିର ସ୍ୱାଦିଷ୍ଟ ରାସାୟନିକ ସାର କୀଟନାଶକ ମୁକ୍ତ  ଆମ୍ବ ଗ୍ରାହକ ମାନଙ୍କ ନିକଟରେ ପରିଚିତି କରାଇବା ଉପଲବ୍ଧ  କରିବା  ଏଭଳି କାର୍ଯ୍ୟକ୍ରମ ଆୟୋଜନ ପଛର ଉଦେଶ୍ୟ। ଏହା ସହିତ ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ସଦ୍ୟ ସ୍ୱାଦିଷ୍ଟ କିସମର ବିଭିନ୍ନ ଦେଶୀ ଆମ୍ବ ଯେପରିକି ଆମ୍ରପାଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣପାଲି, ହିମସାଗର, ତୋଟାପୁରୀ, ସୁନ୍ଦରୀ ଇତ୍ୟାଦି ଆମ୍ବ ସମ୍ପର୍କରେ ରାଜ୍ୟର ଜନସମୂହ ଅବଗତ ହେବା ସହିତ ଅଧିକରୁ ଅଧିକ ସୁଆଦିଆ ଆମ୍ବ ଖରିଦ କରିପାରିବେ ଚାଷୀଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ତଥା ଉତ୍ପାଦକଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ଭଲ  ଆମ୍ବ ଯୋଗାଇବା ସହ ଚାଷୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏହି ମହୋତ୍ସବର ଲକ୍ଷ୍ୟ

22/05/2019

Leave a Reply

Your email address will not be published. Required fields are marked *

Comments