Bikash Khabar
ବିଗ ବି’ଙ୍କ ବିଗ୍ ସୋ’ରେ ବାଦଶାହା ବନିଲେ ବିଦ୍ୟାଳୟରେ ‘ମିଡ୍ ଡେ ମିଲ୍’ ବନାଉଥିବା ବବିତା

କାଲି ସ୍କୁଲରେ କୁନି ପିଲାଙ୍କ ପାଇଁ ରୋଷେଇ କରୁଥିଲେ ଆଉ ଆଜି ବନିଗଲେ କୋଟିପତି ବିଗ୍ ବିଙ୍କ ବଡ ସୋର ବାଦଶାହା ବନିଲେ ବବିତା ଟେଲିଭିଜିନ୍ ଦୁନିଆର ଲୋକପ୍ରିୟ ସୋ କୋନ ବନେଗା କରୋଡପତିରେ କମାଲ କଲେ ବବିତା ତାଡେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମିଡ ଡେ ମିଲ୍ ରୋଷେଇ କରି ଯିଏ, ୧୫୦୦ ଟଙ୍କା ରୋଜଗାର କରୁଥିଲେ ଅମିତାଭ ବଚ୍ଚନଙ୍କ କେବିସି ସୋରେ ଭାଗ ନେବାର ସୁଯୋଗ ପାଇ କୋଟି ଟଙ୍କା ଜିତିଛନ୍ତି ମହାରାଷ୍ଟ୍ରର ବବିତା ବବିତା ପ୍ରତିଦିନ ୪୫୦ଜଣ ସ୍କୁଲ ପିଲାଙ୍କ ପାଇଁ ଖିଚୁଡି ପ୍ରସ୍ତୁତ କରନ୍ତି ତେବେ କୋନ ବନେଗା କରୋଡପତି ସୋରେ କୋଟି ଟଙ୍କାର ବିଜେତା ହେବା ପରେ, ବିଗ୍ ବି ତାଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଏହି ଟଙ୍କା ନେଇ କଣ କରିବେ ବବିତା କହିଥିଲେ, ପ୍ରଥମେ ସେ ଏକ ମୋବାଇଲ ଫୋନ କିଣିବେ ଏହା ଶୁଣି ଅମିତାଭ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ଯିଏବି ଏହି ସୋରେ ବିଜେତା ହୋଇଛନ୍ତି, ସମସ୍ତେ ଘର, ଗାଡି କିମ୍ବା ଅଧିକ ଦାମୀ ଜିନିଷ କିଣିବା ପାଇଁ ଇଚ୍ଛା ରଖିଥିବା କୁହନ୍ତି କିନ୍ତୁ ବବିତାଙ୍କ ଘରେ ଗୋଟିଏ ଫୋନ୍ ଥିବା ଜାଣି ଅମିତାଭ ତାଙ୍କୁ ଏକ ମୋବାଇଲ ଫୋନ୍ ଗିଫ୍ଟ କରିଛନ୍ତି

20/09/2019

Leave a Reply

Your email address will not be published. Required fields are marked *

Comments