Bikash Khabar
ବ୍ରାଜକ ପକ୍ଷୀଙ୍କ କଳରବ ରେ ମୁଖରିତ ହେଲାଣି ଚିଲିକା

 ଚିଲିକା ହ୍ରଦକୁ ଏବେ ଅସିଲେଣି ବିଦେଶୀ ପକ୍ଷୀ। ସୁଦୂର କାଜକ୍ସ୍ଥାନ, ସାଇବେରିଆ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଆଦି ବରଫାବୃତ୍ତ ଅଞ୍ଚଳରୁ ହଜାର ହଜାର କିଲୋମିଟର ଉଡ଼ିଆସିଏହି ବିଦେଶୀ ପକ୍ଷୀ ଏବେଠାରୁ ନୀଳାମ୍ବୁ ଚିଲିକାର ଶୋଭାବର୍ଦ୍ଧନ କଲେଣି। ସାଧାରଣତଃ ପ୍ରତ୍ୟେକବର୍ଷ ଅକ୍ଟୋବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ବିଦେଶାଗତ ପକ୍ଷୀମାନେ ଚିଲିକାକୁ ଆସିଥାନ୍ତି। ଚଳିତବର୍ଷ ମଧ୍ୟ ଇଂରାଜୀ ଅକ୍ଷର ଭିଭଳି ଆକୃତିର ଆକାଶରେ ଉଡ଼ି ଆସୁଥିବା ଦେଖାଯାଇଥିଲା। ଅକ୍ଟୋବର ମାସଠାରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ଚିଲିକାକୁ ନିଜ ବାସସ୍ଥାନଭାବେ ବାଛିନେଇଥାନ୍ତି। ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣରେ ଅଧିକ ବିଦେଶାଗତ ପକ୍ଷୀ ରହିବାକୁ ଭଲ ପାଆନ୍ତି। ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁଁ ଏକ ସପ୍ତାହ ବିଳମ୍ବରେ ଏହି ପକ୍ଷୀମାନେ ଆସିଥିବାବେଳେ ବନବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦର ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗୋ ,ଗଡ଼ୱାଲ, ଉଇଜନ, ପ୍ରିଣ୍ଟେଲ, ଶୋଭଲର ଆଦି ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି

16/10/2020

Leave a Reply

Your email address will not be published. Required fields are marked *

Comments