Bikash Khabar
ସରିଲା ମିଶନ ଶକ୍ତି ମେଳା:୬ କୋଟି ଟପିଲା ବ୍ୟବସାୟ

 ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀରେ ଆୟୋଜିତ ମିଶନ ଶକ୍ତି ମେଳାସୋମବାର ଉଦ୍ଯାପିତ ହୋଇଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ପାଇଁ ଆୟୋଜିତ ଏହି ମେଳାରେ ମୋଟ କୋଟି ୫୫ ହଜାର ଟଙ୍କାର ସାମଗ୍ରୀ ବିକ୍ରିବଟା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଯାପନୀ ସମାରୋହରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉପତ୍ାଦକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନ ବିକ୍ରୟ ପାଇଁ ଏହି ମେଳା ରାଜ୍ୟ ସରକାରଙ୍କ ଏକ ଅନନ୍ୟ ପ୍ରଚେଷ୍ଟା ବୋଲି କହିଥିଲେ। ଗ୍ରାମ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଉପତ୍ାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଖାଉଟିମାନଙ୍କ ପ୍ରାଥମିକତା ଆଧାରରେ ପଦାର୍ଥଗୁଡିକର ମାନ ବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇଥିବା ସେ କହିଥିଲେ। ଉଦ୍ଯାପନୀ ସମାରୋହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରିବଟା ପ୍ରଚାର ପ୍ରସାର ପାଇଁ ମିଶନ ଶକ୍ତି ଏବଂ ଟାଟା ଷ୍ଟିଲ୍ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା। ଏହା ମାଧ୍ୟମରେ ଖୁବ୍ଶୀଘ୍ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଅନ୍ଲାଇନ୍ବିକ୍ରୟ ପାଇଁ ସ୍ବତନ୍ତ୍ର ମିଶନ୍ଶକ୍ତି ପୋର୍ଟାଲ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ତେବେ ୩୦୦ ମହିଳା ଉପତ୍ାଦକ ଗୋଷ୍ଠୀକୁ ସୁଦୃଢ଼ କରିବାକୁ ମିଶନ ଶକ୍ତି, ଓର୍ମାସ୍ସହିତ ଚୁକ୍ତି କରିଥିବାବେଳେ ଏବେ ଏହି ନୂତନ ଚୁକ୍ତି ଦ୍ୱାରା ରାଜ୍ୟରେ ମହିଳାମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇପାରିବ। ସେହିଭଳି ବର୍ଷସାରା ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ଉପଲବ୍ଧ କରାଇବା ପାଇଁ ଗଣ୍ଡମୁଣ୍ଡା ନିକଟରେ ୬୪ ଦୋକାନଗୃହ ବିଶିଷ୍ଟ ସ୍ଥାୟୀ ମିଶନ ଶକ୍ତି ବଜାର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। କାର୍ଯ୍ୟକ୍ରମରେ ମିଶନ୍ଶକ୍ତିର ଉପଦେଷ୍ଟା . ଲୋପାମୁଦ୍ରା ବକ୍ସିପାତ୍ର, ମିଶନ୍ଶକ୍ତି ନିର୍ଦ୍ଦେଶାଳୟ କମିଶନର ତଥା ନିର୍ଦ୍ଦେଶିକା ସୁଜାତା ଆର୍କାର୍ତ୍ତିକେୟନ୍, ଏନ୍ଆର୍ଏଲ୍ଏମ୍ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମେଳାରେ ମୋଟ ୨୦୨ ଷ୍ଟଲରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷିଜାତୀୟ ଦ୍ରବ୍ୟ ପ୍ରଦର୍ଶନ ବିକ୍ରୟ କରାଯାଇଥିଲା। ଏହାବ୍ୟତୀତ ୧୨ ଷ୍ଟଲରେ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇଥିଲା।

 

17/12/2019

Leave a Reply

Your email address will not be published. Required fields are marked *

Comments