Bikash Khabar
୨୧୩ ଷ୍ଟଲ ଖୋଲି ଆରମ୍ଭ ହେଲା ମିସନ ଶକ୍ତି ମେଳା, ଏସ୍‌ଏଚ୍‌ଜି ଉତ୍ପାଦ ଉପରେ ଲାଗିବ ମିସନ ଶକ୍ତି ବ୍ରାଣ୍ଡ୍‌

  ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ସଶକ୍ତ କରିବା ସହ ସେମାନଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଗୁରୁବାର  ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ମିସନ୍ଶକ୍ତି ମେଳା ୨୧୩ଟି ଷ୍ଟଲ୍ରେ ବିଭିନ୍ନ କିସମର ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ, ହସ୍ତଶିଳ୍ପ, ମସଲା, ଅଣକୃଷି ଦ୍ରବ୍ୟ ଉପଲବ୍ଧ ହେଉଛି। ମିସନ୍ଶକ୍ତି ନିର୍ଦେଶାଳୟ, ମହିଳା ଶିଶୁ ବିକାଶ, ମିସନ୍ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ ଆଜି ମହିଳା, ଶିଶୁ ବିକାଶ ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉଦ୍ଘାଟନ କରି ପ୍ରତିବର୍ଷ ଏହି ମେଳା ହେବ ବୋଲି ଘୋଷଣା କରିଛନ୍ତି।ମିସନ୍ଶକ୍ତି ନିର୍ଦେଶାଳୟର କମିସନର ତଥା ନିର୍ଦେଶକ ସୁଜାତା ଆର୍କାର୍ତିକୟେନ କହିଛନ୍ତି, ଏସ୍ଏଚ୍ଜିର ଉତ୍ପାଦଗୁଡ଼ିକର ଚାହିଦା ବୃଦ୍ଧି ପାଇଁ ସେମାନଙ୍କର ଉତ୍ପାଦରେ ମିସନ ଶକ୍ତିବ୍ରାଣ୍ଡ୍ଛାପ ଦିଆଯିବ। ଫଳରେ ଉତ୍ପାଦଗୁଡ଼ିକ ଆହୁରି ଆଦୃତ ହୋଇପାରିବ। ଏଥିସହ ଏହି ମେଳାରେ ସାମିଲ୍ ହୋଇଥିବା କିଛି ମହିଳା ବ୍ୟବସାୟୀ ଫାବ୍ଇଣ୍ଡିଆ, ଆମାଜନ ଫ୍ଲିପ୍କାର୍ଟରେ ନିଜର ଉତ୍ପାଦଗୁଡ଼ିକୁ ବିକ୍ରି କରି ସଫଳ ହୋଇପାରିଥିବାରୁ ସେମାନଙ୍କଠାରୁ ପ୍ରେରଣା ନେବାକୁ ସେ ଅନ୍ୟ ଏସ୍ଏଚ୍ଜି ଗ୍ରୁପ୍ ସଦସ୍ୟାମାନଙ୍କୁ କହିଥିଲେ।

06/12/2019

Leave a Reply

Your email address will not be published. Required fields are marked *

Comments