Bikash Khabar
ବର୍ଜ୍ୟ ବସ୍ତୁରେ ଅଟୋ ଓ ତା ଉପରେ ତିଆରିହୋଇଛି ଲକ୍ଷେ ଟଙ୍କିଆ ଭ୍ରାମ୍ୟମାଣ ଘର

ବର୍ଜ୍ୟ ବସ୍ତୁକୁ ବ୍ୟବହାର କରି ତିଆରି ହୋଇଛି ଘର।ତାହା ପୁଣି ଗୋଟିଏ ଅଟୋ ଉପରେ ଅଟୋରେ ବିଏଚକେ ଘର। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ଏହା ହେଉଛି ସତ ଏହାକୁ ତିଆରି କରିବାରେ ଖର୍ଚ୍ଚ ହୋଇଛି ଲକ୍ଷ ଟଙ୍କା ଏହାର  ସ୍ବତନ୍ତ୍ରତା ହେଉଛି ଯେ  ଏହା ଏକ ମୁଭେବୁଲ ହୋମ୍ ଅଟୋ ରିକ୍ସାରେ ତିଆରିହୋଇଥିବାରୁ ଏହା ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଯାଇପାରୁଛି ଏହାକୁ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା ୨୩ ବର୍ଷୀୟ ଅରୁଣ ପ୍ରଭୁ। ଏହି ଘରେ ଗୋଟିଏ ବେଡ୍ରୁମ୍, ଲିଭିଂ ରୁମ୍, ରୋଷେଇଘର ସହିତ ଶୌଚାଳୟ ବି ରହିଛି। ଏହି ଘରେ ଜଣ ବ୍ୟକ୍ତି ଆରାମରେ ରହିପାରିବେ। ଏହା ସହିତ ଅଟୋର ଛାତ ଉପରେ ଏକ ଆରାମ ଦାୟକ ଚୌକି ମଧ୍ୟ ରହିଛି। ସେଠାରେ ବସି ଖୋଲା ହାୱାର ମଜା ନେଇପାରିବେ।୩୬ ବର୍ଗ ଫୁଟରେ ତିଆରି ହୋଇଥିବା ଏହି ଘରେ ପାଣି ପାଇଁ ୨୫୦ ଲିଟର ଏକ ପାଣି ଟାଙ୍କି ରହିଛି। ବିଦ୍ୟୁତ୍ପାଇଁ ୬୦୦ ୱାଟ୍ ସୋଲାର ପ୍ୟାନେଲ ଖଞ୍ଜାଯାଇଛି। ଘରର କବାଟ ଥିବାବେଳେ ଛାତ ଉପରକୁ ଯିବାକୁ ସିଡି ବି ରହିଛି।ପୁରୁଣା ଜିନିଷକୁ ରିସାଇକଲ କରି ଏହାକୁ ତିଆରି କରିଛନ୍ତି ଅରୁଣ। ଏଥିପାଇଁ ତାଙ୍କୁ ମାସ ସମୟ ଲାଗିଛି। ଅରୁଣ ବେଙ୍ଗାଲୁରୁର ଡିଜାଇନ ଆଣ୍ଡ ଆର୍କିଟେକ୍ଟ କମ୍ପାନୀ ବିଲ୍ବୋର୍ଡ ସହିତ ମିଶି ଏହାକୁ ନିର୍ମାଣ କରିଛନ୍ତି।

 

14/08/2020

Leave a Reply

Your email address will not be published. Required fields are marked *

Comments