Bikash Khabar
୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ରାଜ୍ୟ ସରକାର ଖୁବ୍ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସହରରେ ଏହି ପ୍ରକଳ୍ପ ଆରମ୍ଭ ହେବ। ବତ୍ତର୍ର୍ମାନ ସୁଦ୍ଧା ସହରରେ ଏଥିଲାଗି କାମ ଆରମ୍ଭ ହୋଇସାରିଥିବା ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥି ଭାଥାନନ୍ ସିଏଫ୍ଏଆର୍ଏବଂ ଏହାର ସହଯୋଗୀ ଅନୁଷ୍ଠାନ ସଖା, ସ୍ବାଭିମାନ, ହେଲପ୍ଏଜ ଇଣ୍ଡିଆ ପକ୍ଷରୁ ସୋମବାର ସ୍ଥାନୀୟ ଇଡିକଲ୍ଅଡିଟୋରିୟମ୍ଠାରେ ଆୟୋଜିତ ବିଶ୍ୱ ଶୌଚାଳୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମାଥି ଭାଥାନନ୍ରାଜ୍ୟର ସର୍ବସାଧାରଣ ଶୌଚାଳୟଗୁଡ଼ିକରେ ୨୪ ଘଣ୍ଟିଆ ପାଣି ଏବଂ ବିଦ୍ୟୁତ୍ସଂଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ବିଶାଳ ପଦଯାତ୍ରା ଶିଶୁଭବନ ଛକଠାରୁ ବାହାରି ଇଡିକଲ୍ଅଡିଟୋରିୟମ୍ପର୍ଯ୍ୟନ୍ତ ଯାଇଥିଲା। ମଥି ଭାଥାନନ୍ଏହାର ଶୁଭାରମ୍ଭ କରାଇଥିଲେ। ଏହି ଅବସରରେ ବହୁସଂଖ୍ୟାରେ ଦିବ୍ୟାଙ୍ଗ, କିନ୍ନରଏବଂ ବିଭିନ୍ନ କଲେଜ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଶୌଚାଳୟ ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ନ୍ୟାସ ବେହରା, ଲିକୁନ ଚୌଧୁରୀ, ମୀରା ପରିଡ଼ା ପ୍ରମୁଖ ପଦଯାତ୍ରାରେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ବରିଷ୍ଠ ନାଗରିକ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ନାଟକ ପରିବେଷଣ ମାଧ୍ୟମରେ ଦେଖଣାହାରିଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

19/11/2019

Leave a Reply

Your email address will not be published. Required fields are marked *

Comments