Bikash Khabar
ଅଧିକ ଆଶ୍ରୟସ୍ଥଳୀ ନିର୍ମାଣ କରାଗଲେ ବିପର୍ଯ୍ୟୟ ବେଳେ ମୃତକଙ୍କ ସଂଖ୍ୟା କମିବ : ଜଗଦାନନ୍ଦ

  ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବେ ଅଧିକରୁ ଅଧିକ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି ସମାଜ ଭଳି ବହୁ ଅନୁଷ୍ଠାନ ଏଥିରେ ସହାୟତା କରୁଥିବା ନେଇ ବିଶାଖାପାଟଣା ଠାରେ ଆୟୋଜିତ କର୍ମଶାଳାରେ ମତପ୍ରକାଶ ପାଇଛି। ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ ରାଜ୍ୟରେ ଅଧିକ ଆଶ୍ରୟସ୍ଥଳୀ ନିର୍ମାଣ ହେଲେ ମୃତାହତଙ୍କ ସଂଖ୍ୟା କମିବ ବୋଲି ସୁଚାଇଥିଲେ ସେହିପରି ନେପାଳରେ ଭୂମିକମ୍ପ ପରେ ସେଠାରେ ବିଦ୍ୟାଳୟ ନିର୍ମାଣ ଏବଂ କେରଳରେ ବନ୍ୟା ବିଭୀଷିକା ପରେ ସମାଜରିଲିଫ ପକ୍ଷରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯାଉଛି। ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ନିର୍ମିତ ପ୍ରକଳ୍ପରୁ ସ୍ଥାନୀୟ ଜନତା ଆଗାମୀ ଦିନରେ ବିଶେଷ ଉପକୃତ ହୋଇପାରିବେ ବୋଲି ଦୀପକ କୁମାର  ମାଲବ୍ୟ ଆଶା ପ୍ରକାଶ କରିଥିଲେ। ଓଡ଼ିଶା କେରଳ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଉଭୟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପରସ୍ପର ଠାରୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। କେଆର ସେଆରକୁ ବିପର୍ଯ୍ୟୟ ପରିଚାଳନାର ମନ୍ତ୍ର ଭାବେ ଗ୍ରହଣ କରି ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତଙ୍କୁ ଯତ୍ନ କରିବା ଏବଂ ବିପର୍ଯ୍ୟୟ ମୁକାବିଲାର ଅନୁଭୂତି ପରସ୍ପର ମଧ୍ୟରେ ବାଣ୍ଟିବାକୁ ଆହ୍ବାନ କରିଥିଲେ। ଜନତାଙ୍କ ମଧ୍ୟରେ ଅଧିକ ସଚେତନତା ଆଣିବାକୁ ଉପସ୍ଥିତ ନାଗରିକ ସମାଜ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। ଜଗଦାନନ୍ଦ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କର୍ପୋରେଟ୍ମୁଖିଆ ଆର୍ଥିକ ସାହାଯ୍ୟ ଦେବା ନାମରେ ଫଟୋ ଉଠାଇ ପରଦିନ ନିଖୋଜ ହୋଇଯାଆନ୍ତି; କିନ୍ତୁ ବାସ୍ତବରେ ସିଭିଲ ସୋସାଇଟିର ସଦସ୍ୟ ପୀଡ଼ିତଙ୍କୁ ନିରନ୍ତର ସହାୟତା କରିଥାନ୍ତି। ସମାଜରେ ସିଭିଲ ସୋସାଇଟି ସଦସ୍ୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଦର୍ଶାଇ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟ, ଅସ୍ଥାୟୀ ରହଣିସ୍ଥଳ ବ୍ୟବସ୍ଥା ଏବଂ ପରେ ପୁନର୍ବାସ ଜୀବିକାର ପୁନରୁଦ୍ଧାର କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ।  କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ଅଫ୍ସଷ୍ଟନେବଲ ଡେଭଲପମେଣ୍ଟର ଅଧ୍ୟକ୍ଷ ଜନ୍ସାମୁଏଲ ପ୍ରଫେସର ଏସ୍‌.କେ. ଗଡ଼ଉଇନ ନିଜ ମତ ରଖିଥିଲେ।

06/11/2019

Leave a Reply

Your email address will not be published. Required fields are marked *

Comments