Bikash Khabar
ଫେସ୍‌ବୁକରେ ଅଧିକ ସମୟ ବିତାଉଛନ୍ତି ଲୋକେ,ଭୋଗୁଛନ୍ତି ଅବସାଦ

 କରୋନା ଭାଇରସ୍ମହାମାରୀ ଆରମ୍ଭ ହେବା ପରେ ଲୋକେ ନିଜ ନିଜ ଘରେ ରହିଲେ ସମୟ ବିନିଯୋଗ ପାଇଁ ସୋସାଲ ମିଡିଆରେ ବେଶୀ ସମୟ ଦେଉଥିଲେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଲେକେ  ଟ୍ୱିଟର୍ରେ ୨୪ ପ୍ରତିଶତ, ଫେସ୍ବୁକ୍ରେ ୨୭ ପ୍ରତିଶତ ଅଧିକ ସମୟ ବିତାଇଥିବା ଜଣାପଡିଛି  ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଏଣିକି ନିଶା ହେବାରେ ଲାଗିଛି ଜର୍ନାଲ୍ଅଫ୍କ୍ଲିନିକାଲ୍ଆଣ୍ଡ ସୋସିଆଲ ସାଇକୋଲୋଜିରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ସୋସିଆଲ ମିଡିଆ ନିଶାର ଉଦ୍ବେଗ ଅବସାଦ ସହ ସିଧା ସମ୍ପର୍କ ରହିଛି ଏହାର ଅଧିକ ବ୍ୟବହାର ଦ୍ୱାରା କର୍ଟିସୋଲ ଆଡ୍ରେନାଲାଇନ୍ହର୍ମୋନର ସ୍ତର ବଢ଼େ ଏହା ଚିନ୍ତା ବଢ଼ାଉଥିବା ପ୍ରମୁଖ ହର୍ମୋନ ଅଟେ ହାର୍ଭାର୍ଡ ମେଡିକାଲ ସ୍କୁଲର ଏକ ଅଧ୍ୟୟନ ଅନୁସାରେ, ଯେତେବେଳେ ଜଣେ ବ୍ୟକ୍ତି ସ୍କ୍ରିନ୍ସହ ଅଧିକ ଜଡ଼ିତ ହୋଇଯାଏ, ତା ଆଖି ପଲକ ପକାଇବାର ବେଗ ୭୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ ଏହାର ସିଧା ପ୍ରଭାବ ଆଖି ଉପରେ ପଡ଼ିଥାଏ ସୋସିଆଲ ମିଡିଆ ନିଶାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ପତ୍ରିକା ହେଲ୍ଥଲାଇନ୍କିଛି ଉପାୟ କହିଛି ଏହାର ମାତ୍ରାଧିକ ବ୍ୟବହାରର ବିପଦ ବିଷୟରେ ମଧ୍ୟ କହିଛି ସୋସିଆଲ ମିଡିଆକୁ ମୋବାଇଲ ବଦଳରେ କମ୍ପ୍ୟୁଟରରେ ବ୍ୟବହାର କରିବା ଉଚିତ ବୋଲି ଏହା ପ୍ରସ୍ତାବ ଦେଇଛି ସେହିପରି ଅନାବଶ୍ୟକ ଆପ୍ ନୋଟିଫିକେସନ୍ବନ୍ଦ କରିଦେବାକୁ କହିଛି ସୋସିଆଲ ମିଡିଆ ପାଇଁ ପ୍ରତିଦିନର ନିର୍ଦ୍ଦିଷ୍ଟ ସମୟ ଚୟନ କରିବା ଉଚିତ ନିୟମ ପ୍ରସ୍ତୁତ କରିବା ସହିତ ନୂଆ ଅଭ୍ୟାସର ବିକାଶ କରିବା ଜରୁରୀ ସାଙ୍ଗସାଥୀଙ୍କ ସହ ମିଳାମିଶା କରିବା ଉଚିତ ଅନ୍ୟମାନଙ୍କ ପୋଷ୍ଟକୁ ଲାଇକ୍କରିବା ଧୀରେ ଧୀରେ ନିଶା ପାଲଟିଯାଏ ତେଣୁ ଏହାଠୁ ନିଜକୁ ବଞ୍ଚାଇ ରଖିବା ଉଚିତ ବୋଲି ସ୍ୱାସ୍ଥ୍ୟ ପତ୍ରିକା ପ୍ରସ୍ତାବ ଦେଇଛି

13/12/2020

Leave a Reply

Your email address will not be published. Required fields are marked *

Comments