Bikash Khabar
ଫୋନି ଘଟାଇଲା ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି

ସାମୁଦ୍ରିକ ବାତ୍ୟା ଫୋନିଦ୍ୱାରା ରାଜ୍ୟର ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର କ୍ଷତି ହୋଇଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏପରି  ପ୍ରାଥମିକ ଆକଳନ କରିଛନ୍ତି। ନେଇ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍କୁ ରାଜ୍ୟ ସରକାରମଙ୍ଗଳବାର  ପ୍ରଦାନ କରିଛନ୍ତି। ସଚିବାଳୟରେ ବୁଧବାର  କେନ୍ଦ୍ରୀୟ ଟିମ୍ସହ ଆଲୋଚନା ବେଳେ ବାତ୍ୟା ଫୋନିଦ୍ୱାରା ରାଜ୍ୟର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଯିବ। ବାତ୍ୟାରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପ୍ରସ୍ତୁତ କଲାପରେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାର ଦାବି ପତ୍ର ଦେବେ ତେବେ ପ୍ରାଥମିକ ଭାବେ ଆକଳିତ ତଥ୍ୟ ଅନୁଯାୟୀ ରାଜ୍ୟର ୧୪ ଟି ଜିଲ୍ଲାର ୫୨ଟି ପୌରସଂସ୍ଥା ଏବଂ ୧୫୯ ବ୍ଳକରେ ୧୬୫.୫୬ ଲୋକ ପ୍ରଭାବିତ ହୋଇଛନ୍ତି ୬୪ ଜଣଙ୍କ ଜୀବନ ଯାଇଛି ପୁରୀରେ ସର୍ବାଧିକ ୧୯.୬୮ ଲକ୍ଷ ପ୍ରଭାବିତ ହୋଇଛନ୍ତି ୩୯ ଜଣଙ୍କ ଜୀବନ ଯାଇଛି ମାଛଚାଷ,କେନାଲ,ନଦୀବନ୍ଧ,ପୋଲ,ଜଳ ପ୍ରକଳ୍ପ,ନଳକୂପ,ଉଠାଜଳସେଚନ,ବିଦ୍ୟୁତଭିତ୍ତିଭୁମି,ଟେଲିଯୋଗାଯୋଗ ସରକାରୀ କୋଠାବାଡି ନଷ୍ଟ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ୧୪୩ଲକ୍ଷ ହେକ୍ଟର  କୃଷି ୨୬୩୬ହେକ୍ଟର ଉଦ୍ୟାନ କୃଷି ଫସଲ ୩୩ ଭାଗରୁ ଅଧିକ ନଷ୍ଟ ହୋଇଛି ୩୪.୩୧ ଲକ୍ଷ ପ୍ରାଣୀ ସମ୍ପଦ, ୫୩.୫୨ ଲକ୍ଷ କୁକୁଡ଼ା ଅନ୍ୟ ପାଖି ପ୍ରଭାବିତ ହୋଇଛନ୍ତି ସେହିପରି ଏହି ସାମୁଦ୍ରିକ ବାତ୍ୟା ଦ୍ୱାରା ପଞ୍ଚାୟତିରାଜ ବିଭାଗ ,କୃଷି ବିଭାଗ,ଶକ୍ତି ବିଭାଗ,ଶିଳ୍ପ ବିଭାଗ, ଶ୍ରୀଜଗନ୍ନାଥ ମଦିର କୋଟି କୋଟି ଟଙ୍କା କ୍ଷତି ହୋଇଛି

15/05/2019

Leave a Reply

Your email address will not be published. Required fields are marked *

Comments