Bikash Khabar
ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ,ଫୋନ ରେ ଲୋକଙ୍କ ସହ କଥା ହେବେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ସାରା ଦେଶ ରେ ଆଜି ପାଳିତ ହୋଇଛି ୭୩ତମ ସ୍ବାଧିନତା ଦିବସ ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନଉତ୍ସବ ରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ପିତା ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡକ୍ଟର ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକ ପ୍ରମୁଖଙ୍କୁ ସ୍ମରଣ ପୂର୍ବକ ଶ୍ରଧା ସୁମନ ବାଢ଼ିଥିଲେ ଦେଶର ଶାନ୍ତି ସୁରକ୍ଷା ପାଇଁ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ  ସାଧାରଣ ଲୋକ ଆମର କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକଙ୍କୁ ହକ୍ ଦେବା ପାଇଁ -ଟି ଉପରେ ପ୍ରାଥମିକତା ଦେଇ  ସରକାର କାମ କରୁଛନ୍ତି ଏହାକୁ ଆଉ ଟିକେ ସୁଦୃଢ ପାଇଁ ଆମେ ଆରମ୍ଭ କରୁଛୁ ମୋ ସରକାର କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଥାନା ହସ୍ପିଟାଲରେ 5-T ଲାଗୁ ହେବ ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ୍ଚ   ୨୦୨୦ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବ ଫୋନ୍ଯୋଗେ ଲୋକଙ୍କ ସହ ସେ ନିଜେ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରୀ ବରିଷ୍ଠ ଅଧିକାରୀମାନେ ବି ଲୋକଙ୍କ ସହ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

15/08/2019

Leave a Reply

Your email address will not be published. Required fields are marked *

Comments