Bikash Khabar
ତପନ ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ସମ୍ମାନ

ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ହଲ ରେ ଉତ୍ତର ଲେଖିବାରେ ସହାୟତା କରୁଥିବା ତପନ ପରେ ସେମାନଙ୍କ ଅସହାୟ ଜୀବନ ରେ ସହାୟତାର ସଂକଳ୍ପ ନେଇ ସେମାନଙ୍କ ନିକଟରେ ଠିଆ ହୋଇଥିଲେ ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟ ରେ ଶିକ୍ଷକ ଜୀବନ ଆରମ୍ଭ କରି  ଦୀର୍ଘ ବର୍ଷର ସେହି ସାଧନାର ଫଳଶ୍ରୁତି ସ୍ୱରୂପ ଆଜି ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ପାଇବାକୁ ଯାଉଛନ୍ତି ଏହି ଛାତ୍ର ବତ୍ସଳ ଶିକ୍ଷକ ତପନ କୁମାର ମହାନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନେଇ ସୂଚନା ଦେବା ପରେ ତାଙ୍କଠୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଆତ୍ମହରା ହୋଇଯାଇଛନ୍ତି। ଓଡ଼ିଶାରୁ ୨ଜଣ ଶିକ୍ଷକ ଚୟନ ହୋଇଥିବା ବେଳେ ଶ୍ରୀ ମହାନ୍ତିଙ୍କ ଶିକ୍ଷକତାର ଯାତ୍ରା ଏକ ମାଇଲଷ୍ଟୋନ୍ ପ୍ରାକ୍ତନ ରାଷ୍ଟ୍ରପତି ଅବଦୁଲ କାଲାମ କହିଥିଲେ, ବ୍ୟକ୍ତିର ଚରିତ୍ର, ଦକ୍ଷତା ଭବିଷ୍ୟତର ରୂପକାର ହେଉଛନ୍ତି ଶିକ୍ଷକ। ଶ୍ରୀ ମହାନ୍ତି ଏହାକୁ ସାକାର ପୂର୍ବକ ଶିକ୍ଷାର ନିହାଣ ମୁନରେ ଗଢ଼ିଚାଲିଛନ୍ତି ଜଣେ ଜଣେ ଉଜ୍ଜ୍ବଳ ପ୍ରତିଭା। ଦୃଷ୍ଟିହୀନ ପିଲାମାନେ ସିନା ବ୍ରେଲ୍ରେ ପଢ଼ୁଥିଲେ, ମାତ୍ର ସେମାନଙ୍କ ପାଇଁ ପଢ଼ିବାର ଆଉ କୌଣସି ସରଳ ଉପାୟ ନଥିଲା। ରାଜ୍ୟର ୮୦ ପ୍ରତିଶତ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା। ସ୍କୁଲ୍ରୁ ପଢ଼ିସାରି ଛୁଟି ହୋଇ ଯିବା ପରେ ସେମାନଙ୍କ ପାଇଁ ପଢ଼ାର ଆଉ କୌଣସି ସରଳ ବିକଳ୍ପ ନଥିଲା। ଏହାକୁ ହୃଦୟଙ୍ଗମ କରି ୨୦୦୨ ମସିହାରେ ଶ୍ରୀ ମହାନ୍ତି ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ଅଡିଓ ବହି ଆରମ୍ଭ କଲେ। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ପାଠକୁ ସେ ନିଜ କଣ୍ଠରେ ରେକର୍ଡିଂ କରି ୧୦ମ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଲେ। ପରେ ହୃଦୟଙ୍ଗମ କଲେ, ସାଧାରଣ ପିଲାମାନଙ୍କ ପାଇଁ ସିନା ସମସ୍ତ ପ୍ରକାର ଟେଷ୍ଟପେପର ଉପଲବ୍ଧ ଅଛି, ହେଲେ ୧୦ମ ପରୀକ୍ଷା ଦେବାକୁ ଯାଉଥିବା ଦୃଷ୍ଟିହୀନ ପିଲାଙ୍କ ପାଇଁ ଏସବୁ ନାହିଁ। ତେଣୁ ପିଲାମାନଙ୍କ ପାଇଁ ଟେଷ୍ଟ୍ପେପରର ଅଡିଓ ପ୍ରସ୍ତୁତ କରି ପିଲାମାନଙ୍କ ପାଖେ ପହଞ୍ଚାଇଲେ।ଏହାକୁ ବ୍ୟବହାର କରି ପିଲା ମାନେ ସଫଳ ହେଉଥିବା ତାଙ୍କୁ ଆତ୍ମହରା କରାଇଦେଇଥିଲାପିଲାମାନେ ଯେପରି ବିଭିନ୍ନ ଶବ୍ଦକୁ ଗୋଟେ ବହିରୁ ବ୍ରେଲ୍ଅକ୍ଷରରେ ପାଇପାରିବେ ସେଥିପାଇଁ ୨ଟି ୱାର୍ଡ ବୁକ୍ପ୍ରସ୍ତୁତ କଲେ। ଏବେ ବି ପିଲାମାନେ ମାତ୍ର ୬୦ ଟଙ୍କାରେ ବ୍ରହ୍ମପୁରରବ୍ରେଲ୍ଛପାଖାନାରୁ ସେଇ ବହିର ପ୍ରିଣ୍ଟ୍ନେଇ ପଢ଼ୁଛନ୍ତି। କେବଳ ସେତିକି ନୁହେଁ ଅନେକ ଶିକ୍ଷକ ଦୃଷ୍ଟିହୀନ ପିଲାଙ୍କ ପିତାମାତା ନିଜ ପିଲାଙ୍କୁ ପଢ଼ାଇବା ପାଇଁ ବ୍ରେଲ୍ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବାରୁ ସେମାନଙ୍କ ପାଇଁ ୨ଟି ଲର୍ଣ୍ଣିଙ୍ଗ୍ବ୍ରେଲ୍ବହି ମଧ୍ୟ ଲେଖିଛନ୍ତି। ସ୍କୁଲ୍ଛୁଟି ହେବା ପରେ କିଏ ସିନା ଘରକୁ ଯାଇ ବିଶ୍ରାମ ନେବା କଥା ଭାବେ, କିନ୍ତୁ ଶ୍ରୀ ମହାନ୍ତି ଘରେ ସ୍କୁଲ୍ଛୁଟି ହେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପଢ଼ାର ଭିନ୍ନ ବିକଳ୍ପ ଉପରେ ଗବେଷଣା କରନ୍ତି। ତାଙ୍କର ସେଇ ଆନ୍ତିରକତାର ଶ୍ରମ ବ୍ୟର୍ଥ ଯାଇନି। ତପସ୍ବିନୀ ଦାସ, ଅନନ୍ତ ନାୟକଙ୍କ ଭଳି ଛାତ୍ରଛାତ୍ରୀ ଓଏଏସ୍ପାଇଛନ୍ତି। ମହମ୍ମଦ ଜାଫର ଇକ୍ବାଲ୍, ପଙ୍କଜ ଭୁଏ କାଳିଆ ପ୍ରଧାନ ଭଳି ତାଙ୍କ ଛାତ୍ର ଅନ୍ତର୍ଜାତୀୟ କ୍ରିକେଟ୍ଖେଳିବାର ଗୌରବ ଲଭିଛନ୍ତି। ବିକ୍ରମାଦିତ୍ୟ ପ୍ରଧାନ ସଫ୍ଟୱେର ଇଂଜିନିୟର ହୋଇପାରିଛନ୍ତି।

24/08/2020

Leave a Reply

Your email address will not be published. Required fields are marked *

Comments