Bikash Khabar
ଅପହୃତ ଶୈଶବ,ବିଶ୍ୱରେ ଉପେକ୍ଷିତ ୬୯ କୋଟି ଶିଶୁ

 ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ନିଖୋଜ ପାଖାପାଖି  ୬୯ କୋଟି ଶିଶୁ ସେମାନଙ୍କର ପିଲାଦିନ କୁ ଅନୁଭବ କରିପାରୁନଥିବା ଏକ ସାମାଜିକ ସଂଗଠନ  ସେଭ୍ଦି ଚିଲଡ୍ରେନ୍ତାର  ଦି ଏଣ୍ଡ ଅଫ୍ଚାଇଲ୍ଡହୁଡ୍ଇଣ୍ଡେକ୍ସ୍ରେ ପ୍ରକାଶ କରିଛି ରିପୋର୍ଟରେ କୁହାଯାଇଛି ଯେ କ୍ରମାଗତ ପ୍ରୟାସ ଫଳରେ ଟି ଦେଶ କୁ ଛାଡିଦେଲେ ବାକି  ୧୭୩ ଦେଶରେ ଶିଶୁଙ୍କ ସାଧାରଣ ସ୍ଥିତରେ ଗତ ୨୦ ବର୍ଷ ମଧ୍ୟରେ ୨୯ ପ୍ରତିଶତ ଉନ୍ନତି ଲକ୍ଷ କରାଯାଇଛି ଏହାଦ୍ୱାରା ୨୮ କୋଟି ଶିଶୁ  ନିଜର ପିଲାଦିନ ଅନୁଭବ କରିବାକୁ ସକ୍ଷମ ହୋଇପାରୁଥିବା ରିପୋର୍ଟରେ ଦର୍ଶାଯାଇଛି।କିନ୍ତୁ ବିଡମ୍ବନାର ପ୍ରସଙ୍ଗ  ଭାରତ ଯେତିକି ଅଗ୍ରଗତି କରିବା କଥା କରିପାରିନାହିଁ ପୂର୍ବବର୍ଷ ତୁଳନାରେ ଭାରତ  ଖରାପ ପ୍ରଦର୍ଶନକରିଥିବା ସେଭଦି ଚିଲଡ୍ରେନ କହିଛି ଭାରତ ସ୍ଥାନ ପୂର୍ବରୁ ଶହେ ଥିବାବେଳେ ଏବେ ୧୧୩ରେ ପହଞ୍ଚିଛି। ୨୦୦୦ ମସିହା ତୁଳନାରେ ବିଶ୍ୱସ୍ତରରେ ଶିଶୁଙ୍କ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା କୁହାଯାଉଛି। କିନ୍ତୁ ଆର୍ଥିକ ସ୍ଥିତି ଖରାପ ଯୋଗୁ ଶିଶୁଟିଏ ତାର ଶୈଶବ କୁ ଯେଭଳି ଅନୁଭବ କରିବା କଥା କରିପାରୁନାହିଁ ଶିଶୁମାନେ ବର୍ଷ ବୟସରେ ପାଠପଢ଼ା ଛାଡି ଶିଶୁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି ଏତେ କମ୍ବୟସରେ ମଧ୍ୟ ସେମାନଙ୍କ ଉପରେ ପରିବାର ପ୍ରତିପୋଷଣ ଦାୟିତ୍ୱ ପଡୁଥିବା ଏହି ରିପୋର୍ଟ ଦର୍ଶାଯାଇଛି। ତାଲିକାରେ ଚାଇନା ୩୬ସ୍ଥାନରେ ଥିବାବେଳେ ମାଳଦ୍ୱୀପ ୫୪, ଶ୍ରୀଲଙ୍କା ୫୬ ସ୍ଥାନରେ ରହିଛନ୍ତି। ତାଲିକାରେ ଶ୍ରେଷ୍ଠ ୧୦ ସ୍ଥାନରେ ପଶ୍ଚିମ ୟୁରୋପର ଦେଶଥିବାବେଳେ ଏସିଆର ଦେଶ ରହିଛି। ଏସିଆର ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପ୍ରଥମ ୧୦ଟି ଦେଶ ମଧ୍ୟରେ ସ୍ଥାନିତ  ହୋଇଛନ୍ତି ସେହିପରି ତାଲିକାର ଶେଷରେ ସେଣ୍ଟ୍ରାଲ ଆଫ୍ରିକାନ୍ରିପବ୍ଲିକ୍ରହିଛି। ଦାରିଦ୍ର ହିଁ ଶିଶୁଙ୍କ ସ୍ବପ୍ନ ଭଙ୍ଗ କରାଇଛି ସାମାଜିକ କୁସଂସ୍କାର,ନିରକ୍ଷରତା,ଦୁର୍ବଳ ସ୍ୱାସ୍ଥ୍ୟ, ଖାଦ୍ୟପାଇଁ ସଂଘର୍ଷ ଶୈଶବ କୁ ପଥହୁଡା କରୁଥିବା ନେଇ ଏହି ରିପୋର୍ଟ ରେ ସୂଚିତ କରାଯାଇଛି

06/06/2019

Leave a Reply

Your email address will not be published. Required fields are marked *

Comments