Bikash Khabar
ବାତ୍ୟା ବିପନ୍ନ କୁମ୍ଭାର ଙ୍କ ନୂଆ ସାହାରା,ସୌରଚାଳିତ ଚକରେ ସହଜରେ ଗଢି ହେଉଛି ମାଟିପାତ୍ର

ବାତ୍ୟା ଫୋନି ରେ ପୁରୀ ଜିଲ୍ଲାର କୁମ୍ଭାର ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ତିଆରି ହୋଇଥିବା ଶହ ଶହ ଟଙ୍କାର ମାଟି ଉପକରଣ ମାଟିରେ ମିଶିଥିବା ବେଳେ ଶାଳ ଘର ଗୁଡିକ ଉଜୁଡି ଯାଇଥିଲା କ୍ଷତିଗ୍ରସ୍ତ ହୋଇଥିବା ଜୀବିକା ଯେ ପୁଣିଥରେ ସ୍ୱାଭାବିକ ହେବ ସେ ଆଶା କରିହେଉନଥିବା ବେଳେ ଗୋଟିଏ ଘରୋଇ ସଂସ୍ଥା ନୂଆ ଆଶା ଜଗାଇଛି ମଙ୍ଗଳବାର ଏକ ଘରୋଇ କମ୍ପାନୀ ପରୀକ୍ଷାମୂଳକ ଭାବେ କୁମ୍ଭକାର ଲକ୍ଷ୍ମଣ ବିଶୋଇଙ୍କ ଛାତ ଉପରେ ଏକ ସୋଲାର ଚାର୍ଜର ରଖିଥିଲେ। ରାତି ସାରା ଏହା ଚାର୍ଜ ହୋଇଥିଲା। ବୁଧବାର ସକାଳେ ଏହାକୁ ଶାଳର ଚକ ସହିତ ସଂଯୋଗ କରାଯାଇଥିଲା। ଏହି ସୌରଶକ୍ତିକୁ ବ୍ୟବହାର କରି ମାଟିପାତ୍ର ଗଢିଛନ୍ତି ଲକ୍ଷ୍ମଣ। ସକାଳ ୮ଟାରେ ସେ ପରୀକ୍ଷାମୂଳକ ଭାବେ ମାଟିପାତ୍ର ନିର୍ମାଣ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟା ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଛୋଟ, ବଡ ମାଟିପାତ୍ର ଗଢିଥିଲେ। ଲକ୍ଷ୍ମଣ କହିଛନ୍ତି, କାମ ଏତେ ସହଜ ହେବ ବୋଲି ସେ ଆଶା କରି ଥିଲେ। ପୂର୍ବରୁ ପାତ୍ର ନିର୍ମାଣବେଳେ ଚକକୁ ହାତରେ ବାରମ୍ବାର ଘୂରାଇବାକୁ ପଡୁଥିଲା। ଏବେ ସୋଲାର ଯୋଗୁ ସେହି ସମସ୍ୟା ରହିଲା ନାହିଁ। ପୁଣି ଅକ୍ଳେଶରେ ମାଟିପାତ୍ର ବାହାରୁଛି। କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି, ଏକ ଘରୋଇ ସଂସ୍ଥା ପରୀକ୍ଷାମୂଳକ ଭାବେ ଗୋଟିଏ ସୋଲାର ବ୍ୟବସ୍ଥା କରିଥିଲେ। ଏହା ସଫଳ ହେଲେ ଅନ୍ୟମାନଙ୍କୁ ଏଥିରେ ଯୋଡ଼ାଯିବ। ଗୋଟିଏ ୟୁନିଟ୍ଲାଗି ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟାରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ଶାଳ ନଷ୍ଟ ହେବା ସହ ଚକ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ କୁମ୍ଭକାରଙ୍କୁ କ୍ଷତିପୂରଣ ମିଳିପାରିନାହିଁ। ଅନ୍ୟପଟେ ଫାଇଲିନ୍, ତିତ୍ଲି ଦୁଃଖ ସରି ଥିବା ବେଳେ ଫନୀ ମାଡ଼ରେ କୁମ୍ଭକାରମାନଙ୍କ ଅଣ୍ଟା ଭାଙ୍ଗିଯାଇଛି। ଯଦି ପ୍ରଶାସନ ପକ୍ଷରୁ ମାଗଣାରେ ସୋଲାର ଯୋଗାଇ ଦିଆଯାଏ, ତେବେ ସେମାନେ ଉପକୃତ ହେବେ। ବିଦ୍ୟୁତ୍ଜନିତ ସମସ୍ୟା ଦୂର ହେବା ସହ କମ୍ସମୟରେ ବହୁ ମାଟିପାତ୍ର ଗଢିପାରିବେ। ସେମାନଙ୍କ ଆର୍ଥତ୍କ ସ୍ଥିତି ସୁଧୁରିପାରିବ ବୋଲି ମହେନ୍ଦ୍ର ମତବ୍ୟକ୍ତ କରିଛନ୍ତି।

25/07/2019

Leave a Reply

Your email address will not be published. Required fields are marked *

Comments