Bikash Khabar
ନିରାଡ଼ମ୍ବର ବିବାହରୁ ସଞ୍ଚିଥିବା ଅର୍ଥରେ ସମାଜସେବା ପାଇଁ ଖର୍ଚ୍ଚ କରିବେ ଏହି ଯୁବ ଆଇଏସ

 ସମାଜରେ ଖର୍ଚ୍ଚବହୁଳ ବାହାଘର କରି ସମସ୍ତେ ଚର୍ଚାରେ ରହିବାକୁ ଚାହୁଁଥିବା ବେଳେ ସାମ୍ନାକୁ ଆସିଛି ଏକ ନିଆରା ଦୃଷ୍ଟାନ୍ତ ଜଣେ ଯୁବ ଆଇଏସ ଅଫିସର ନିଜର ନିରାଡ଼ମ୍ବର ବାହାଘର କରି ସେଥିରୁ ସଂଚିତ ଅର୍ଥକୁ ସମାଜ କଲ୍ୟାଣ କାମରେ ଖର୍ଚ୍ଚକରିବାର ଯୋଜନା ତିଆରିକରିଛନ୍ତି ଘଟଣାଟି ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦ୍ ରେ ଗାଜିଆବାଦର ଆଇଏଏସ୍ ନବୀନ ଚନ୍ଦ ଏବଂ ତାଙ୍କ ସଫ୍ଟୱେୟାର୍ ଇଞ୍ଜିନିୟର୍ ପତ୍ନୀ ଅଞ୍ଜନାଙ୍କ ନିରାଡ଼ମ୍ବର ବିବାହ ଏବେ ଉଦାହରଣ ପାଲଟିଛି ବିବାହ ସମୟରେ ଦୁହିଁଙ୍କ ପରିବାର ଲୋକ ଉପସ୍ଥିତ ଥିବାବେଳେ ନବଦମ୍ପତି ପରସ୍ପର ଗଳାରେ ବରଣମାଳା ପକାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବିବାହ ଭୋଜି ଆୟୋଜନ କରି ବଡସଂଖ୍ୟାରେବନ୍ଧୁ ବାଂଧବଙ୍କୁ ଦେବା  ଅପେକ୍ଷା  ଭୋଜନଆବଶ୍ୟକତା ଲୋଡୁଥିବା ଲୋକଙ୍କୁ  ଦେବା ପାଇଁ ଏହି ଦମ୍ପତି ନିଷ୍ପତ୍ତି ନେଇଥିଲେ ଆଇଏଏସ୍ ନବୀନ୍ ଏବଂ ଅଞ୍ଜନାଙ୍କ କହିବାନୁସାରେ ତାଙ୍କ ବିବାହରେ ଯାହା ଖର୍ଚ୍ଚ ହୋଇଥାନ୍ତା ସେହି ଟଙ୍କାକୁ ଦୁହେଁ ଗରିବ ବାଳିକାଙ୍କ ପଢାଖର୍ଚ୍ଚରେ ଲଗାଇବେ ଦେଶରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଆର୍ଥୀକ ସ୍ୱଚ୍ଛଳତା ନଥିବା କାରଣରୁ ଝିଅମାନେ ଆଗକୁ ପଢିପାରୁ ନାହାନ୍ତିି ଏଭଳି ବାଳିକାଙ୍କୁ ଆଗକୁ ବଢିବା ପାଇଁ ଦୁହେଁ ସହାୟତା କରିବେ ଏହି ବିବାହ ଉଛବ ରେ ସେମାନେ ୧୦ ଲକ୍ଷ ଟଙ୍କା ସଂଚୟ କରି ରଖିଥିବା କହିଛନ୍ତି ,ଯାହାକୁ ସେମାନେ ବାଳିକା ଶିକ୍ଷା ଦିଗରେ ବିନିଯୋଗ କରିବେ  ନବୀନ ଅଞ୍ଜନା ଆମପାଇଁ ପୁଣି ଥରେଗୌରବ ଆଣିଦେଇଛନ୍ତି ବୋଲି ଉଭୟଙ୍କ ମାତା,ପିତା କହିଛନ୍ତି 

18/05/2019

Leave a Reply

Your email address will not be published. Required fields are marked *

Comments