Bikash Khabar
ଯାଜପୁର କଳିଙ୍ଗ ନଗରରେ ହେବ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ୍

ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ଏକ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାର ନେଇ ଚୁଡ଼ାନ୍ତ ମଞ୍ଜୁରି ଦେଇଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ କଳିଙ୍ଗ ନଗର ଅଂଚଳର ବିକାଶ ପାଇଁ କେନ୍ଦ୍ର ସରକାର ବହୁ ପଦକ୍ଷେପ ନେଇଛନ୍ତି ଚଣ୍ଡିଖୋଲରୁ ପାରାଦୀପକୁ ସଂଯୋଗ କରୁଥିବା ନଂ- ଜାତୀୟ ରାଜପଥର ଚଣ୍ଡିଖୋଲରୁ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ପର୍ଯ୍ୟନ୍ତ ୨୦୦ ନମ୍ବର ଜାତୀୟ ରାଜପଥର ପରିବହନ ମାର୍ଗକୁ ଦୁଇ ଲେନରୁ ଲେନ ବିଶିଷ୍ଟ କରିବା କାର୍ଯ୍ୟ ଜାରି ରହିଛି ତାଳଚେର-ଡୁବୁରି-ଚଣ୍ଡିଖୋଲ ଷ୍ଟ୍ରେଚକୁ ଲେନ ବିଶିଷ୍ଟ କରିବା ଲାଗି ଇପିସି ମୋଡରେ ତିନୋଟି ପ୍ୟାକେଜରେ ଠିକା ସଂସ୍ଥାଗୁଡ଼ିକୁ କାର୍ଯ୍ୟାଦେଶ ଦିଆଯାଇଛି। ୧୦୪.୨୪ କିମି ଲମ୍ବ ଏକ ବ୍ରଡଗଜ ରେଳ ଲାଇନ ବର୍ତ୍ତମାନ ଅନୁଗୁଳ ଏବଂ ସୁକିନ୍ଦା (ଅନୁଗୁଳ ଯାଜପୁର ଜିଲ୍ଲା)ରେ ନିର୍ମାଣ କରାଯାଉଛି। ଏହା ଓଡ଼ିଶାର ଲୁହାପଥର ଗଚ୍ଛିତ କ୍ଷେତ୍ର (ଯୋଡ଼ା-ବଡ଼ବିଲ)କୁ ଇସ୍ପାତ ଏବଂ ସ୍ପଞ୍ଜ ଆଇରନ ଉଦ୍ୟୋଗରେ ସମୃଦ୍ଧ କ୍ଷେତ୍ର ଅନୁଗୁଳ ସହିତ ଯୋଡ଼ିବ ଏଥିସହିତ ଏହି ରେଳ ଲାଇନ କୋଇଲା ଖଣି କ୍ଷେତ୍ର ତାଳଚେରକୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା କୋଇଲା ଆଧାରିତ ତାପଜ ବିଦ୍ୟୁତ କ୍ଷେତ୍ରକୁ ବିକଳ୍ପ ମାର୍ଗ ଯୋଗାଇ ଦେବ।ଜାତୀୟ ଜଳମାର୍ଗ-  କାର୍ଯ୍ୟ ହାତକୁ ନିଆଯାଇ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନର ଦକ୍ଷିଣରେ ଥିବା ପଙ୍କପାଳ ଗ୍ରାମ ନିକଟରେ ଏକ ଅନ୍ତର୍ଦେଶୀୟ ଜଳ ପରିବହନ (ଆଇଡବ୍ଲୁଟି) ଟର୍ମିନାଲ ବିକଶିତ କରାଯାଇଛି। ଏହାଦ୍ୱାରା  ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ପ୍ରତିଷ୍ଠା ହେବାକୁ ଥିବା ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନକୁ ଭିତିଭୂମି ସଂଯୋଗ ଆବଶ୍ୟକତାକୁ ପୂରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ରେ ଦର୍ଶାଇଛନ୍ତି

29/06/2019

Leave a Reply

Your email address will not be published. Required fields are marked *

Comments