Bikash Khabar
ନିର୍ମାଣ କୁ ମିଳିଲା ୨୦୧୯ ଗ୍ରାସରୁଟସ ଜଷ୍ଟିସ ଆୱାର୍ଡ

ରାଜ୍ୟର ଏକ ପ୍ରମୁଖ ସାମାଜିକ ସଂଗଠନ ନିର୍ମାଣ କୁ ୨୦୧୯ ବର୍ଷର  ମର୍ଯ୍ୟାଦାଜନକ ଗ୍ରାସରୁଟସ ଜଷ୍ଟିସ ଆୱାର୍ଡ ରେ ସମ୍ମାନିତ କରାଯାଇଛି ଗ୍ଲୋବାଲ ଲିଗାଲ ଇମ୍ପୋୱେରମେଣ୍ଟ ନେଟୱର୍କ ନମତି ପକ୍ଷରୁ ନିର୍ମାଣ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ମହାନ୍ତି ଙ୍କୁ ନ୍ୟୁୟର୍କ ଠାରେ ଏଭଳି ସମ୍ମାନ ରେ ସମ୍ମାନିତ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଆଦିବାସୀ ଅନ୍ୟାନ ପାରମ୍ପରିକ ଜନଜାତିଙ୍କ ମଧ୍ୟରେ ଜଙ୍ଗଲ ଅଧିକାର ଆଇନକୁ ନେଇ ସଚେତନତା କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ଶିରୋନାମା ପ୍ରାପ୍ତି ଦିଗରେ ସଫଳ ସମ୍ପାଦନା ପାଇଁ ନିର୍ମାଣକୁ ଏହି ପୁରସ୍କାର ସମ୍ବର୍ଧନା ଦିଆଯାଇଥିବା ନିମତି ପକ୍ଷରୁ କୁହାଯାଇଛି 

୨୦୦ ରୁ ଅଧିକ ବିଭିନ୍ନ ସାମାଜିକ ସଂଗଠନ କ୍ଷେତ୍ରୀୟ ରୂପାୟନ ବିବରଣୀ କୁ ୧୨ ଟି ଦେଶର ଏକ ବିଚାରକ ମଣ୍ଡଳୀ  ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ନିର୍ମାଣକୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରିଥିଲେ ପୁରସ୍କାର ବାବଦକୁ ନିର୍ମାଣକୁ ୧୦ ହଜାର ଆମେରିକୀୟ ଡଲାର ଅର୍ଥରାଶି ମିଳିଥିବା ଜଣାଯାଇଛି ପୁରସ୍କାର ପ୍ରଦାନ ଅବସର ରେ ଜଳବାୟୁ ନ୍ୟାୟ ସମ୍ପର୍କିତ ଫୋରମ୍ର ଗ୍ଲୋବାଲ ଲିଡର ତଥା ଆୟର୍ଲାଣ୍ଡ ପୂର୍ବତନ ରାଷ୍ଟ୍ରପତି ମେରୀ ରବିନସନ ,ଆର୍ଜେଣ୍ଟିନା ମାନବିକ ଅଧିକାର ସାମାଜିକ ନ୍ୟାୟ ମନ୍ତ୍ରାଳୟ ଅଧ୍ୟକ୍ଷ କର୍ମୋନ କାର୍ଲସ , ନେଦେରଲାଣ୍ଡରେ ଅବସ୍ଥାପିତ ଜାତିସଂଘ ପ୍ରତିନିଧି ପ୍ରିସଲିଆ ସବର୍ତ୍ତଜ  ପ୍ରମୁଖ ଉପସ୍ଥିତ ରହି ନିର୍ମାଣର କାର୍ଯ୍ୟଧାରାକୁ ଭୁୟସୀ ପ୍ରସଂଶା କରିଥିଲେ। ଆଦିବାସୀ ଅନ୍ୟାନ ପାରମ୍ପରିକ ବନବାସୀନ୍ଦା ଙ୍କ ଆଇନଗତ ସଶକ୍ତିକରଣ ଅବଦାନ ନିର୍ମାଣ କୁ ଏଭଳି ସ୍ୱୀକୃତି ଆଣିଦେଇଛି  ଆଗକୁ ଅନୁରୂପ କାର୍ଯ୍ୟକ୍ରମ ଜାରି ରଖିବା ଦିଗରେ ଏହି ସମ୍ମାନ ପ୍ରେରଣାଦାୟୀ ହୋଇପାରିବ ବୋଲି ନିର୍ମାଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଶାନ୍ତ ମହାନ୍ତି ସୁଚାଇଛନ୍ତି 

18/07/2019

Leave a Reply

Your email address will not be published. Required fields are marked *

Comments