Bikash Khabar
ଗଞ୍ଜାମରେ ଶନିବାର ‘ନୋ ବ୍ୟାଗ୍‌ ଡେ’

ଗଞ୍ଜାମ ଜିଲାର ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍ଡେଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଲାଗି ଜିଲା ପ୍ରଶାସନର ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଶନିବାର ଛତ୍ରପୁର ପୁତ୍ତି ଗୋପାଳପୁର ସ୍କୁଲକୁ ଯାଇ ଜିଲାପାଳ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତି ଶନିବାର ନୋ ବ୍ୟାଗ୍ଡେକରାଯିବ ମାନସିକ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ଦିଆଯିବା ସହ ଚିତ୍ରାଙ୍କନ, ନାଚଗୀତ, ଗପ ଆଦି କୁହାଯିବ। ତେବେ ଏହି ସମୟରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅଭିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

07/03/2020

Leave a Reply

Your email address will not be published. Required fields are marked *

Comments