Bikash Khabar
ରାଜଧାନୀ ରେ ପଲିଥିନର ଅବାଧ କାରବାର:ଆଖି ବୁଜିଛି ବିଏମ୍‌ସି

ରାଜଧାନୀକୁ ପଲିଥିନ ତଥା ପ୍ରଦୂଷଣମୁକ୍ତ କରିବାକୁ ଗତବର୍ଷ ଗାନ୍ଧୀ ଜୟନ୍ତୀରେ ସରକାର ନେଇଥି​ଲେ କଠୋର ନିଷ୍ପତ୍ତି। ରାଜ୍ୟକୁ ପଲିଥିନମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଇତିମଧ୍ୟରେ ଏକ ବର୍ଷ ପୂରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶକୁ ପଲିଥିନ ମୁକ୍ତ କରିବା ଲାଗି ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି। ଅନେକେ ମୋଦୀଙ୍କ ସ୍ବରରେ ସ୍ବର ମିଳାଇ ଏହାକୁ ସ୍ବାଗତ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟରେ ପରିଣତ କରିବାରେ ସେମାନଙ୍କଠାରେ ଆନ୍ତରିକତା ପରିଲକ୍ଷିତ ହେଉନାହିଁ। ରାଜଧାନୀର ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ପଲିଥିନ ବ୍ୟବହାର କରିବା ପାଇଁ ସଚେତନତା ଜୋରିମାନା ବ୍ୟବସ୍ଥା ସତେଯେମିତି ସଭା ସମିତି ମଧ୍ୟରେ ସୀମିତ ରହିଯାଇଥିବା ପ୍ରତୀତ ହେଉଛି। ବଜାରରେ ଏବେବି ଖୁଲମଖୁଲ୍ଲା ପଲିଥିନ ବ୍ୟବହାର କରାଯାଉଛି। ଗତବର୍ଷ କଟକଣା ବା ନିୟମ ଲାଗୁ ହେବାର ଦୁଇ ମାସ ଭିତରେ ବଜାରରେ ପଲିଥିନ ବ୍ୟବହାର ଧୀରେଧୀରେ କମିଥିଲା। ଲୋକେ ଘରୁ ବ୍ୟାଗ୍ନେଇ ସାମଗ୍ରୀ କ୍ରୟ କରିବାକୁ ବାହାରୁଥିଲେ। ଏପରିକି ଘୁଗୁନି କିଣିବାକୁ ହେଲେ ଟିଫିନ ଧରି ଯିବାକୁ ପଡୁଥିଲା। ମାତ୍ର ବର୍ଷକ ଭିତରେ ଚିତ୍ର ବଦଳିଛି। ସାଧାରଣ ନିର୍ବାଚନ ସାମୁଦ୍ରିକ ବାତ୍ୟା ଫଣି ପରଠାରୁ ପୁନଃ ପଲିଥିନର ବହୁଳ ବ୍ୟବହାର କରାଯାଉଛି। ରାସ୍ତାଘାଟଠାରୁ ଆରମ୍ଭ କରି ମନ୍ଦିର, ପୁଷ୍କରିଣୀ, ଔଷଧ ଦୋକାନ ଫଳ ଦୋକାନଗୁଡ଼ିକରେ ଖୁଲମଖୁଲ୍ଲା ପଲିଥିନ କାରବାର ହେଉଛି। ରାସ୍ତାକଡ଼ରେ କୁଢ଼କୁଢ଼ ପଲିଥିନ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳୁଛି। ହେଲେ ବିଏମ୍ସି କି ପ୍ରଶାସନ କାହାରି ଏଥିପ୍ରତି ନିଘା ନାହିଁ। ମାଛ, ଫଳ, ପନିପରିବା ବଜାରଠାରୁ ଆରମ୍ଭ କରି ଠେଲାଦୋକାନ ତଥା ହୋଟେଲଗୁଡ଼ିକ ପଲିଥିନ ଉପରେ ସତେଯେମିତି ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛନ୍ତି। ବିଶେଷକରି କଳ୍ପନା ଏକ ନମ୍ବର ଫଳ ଦୋକାନ, ପରିବା ହାଟ, ମାଛ ମାର୍କେଟ୍, ୟୁନିଟ୍ ମାର୍କେଟ୍ରେ ପ୍ରଚୁର ପରିମାଣର ପଲିଥିନ ଜରି ବ୍ୟବହାର କରାଯାଉଛି। ଦେବାଳୟ, ପୁଷ୍କରିଣୀ, ଦୋକାନ, ହୋଟେଲ ଭଳି ପବିତ୍ର ସ୍ଥାନ ମଧ୍ୟ ଏଥିରୁ ବାଦ୍ପଡ଼ିନାହିଁ। ନିଜ ପାଇଁ ଆହାର ଖୋଜୁଥିବା ବୁଲା ଗାଈଗୋରୁ ରାସ୍ତା ପାର୍ଶ୍ବସ୍ଥ ଅଳିଆ ଗଦାରୁ ପଲିଥିନ୍ଖାଉଥିବା ଦେଖିବାକୁ ମିଳୁଛି। ୫୦୦ରୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପ୍ରଦାନ କରିବାର ଦଣ୍ଡିବିଧାନ ଥିଲେ ମଧ୍ୟ ଜରି ଉପରେ ନିର୍ଭରଶୀଳ ଲୋକେ ଏହାକୁ ମାନୁନାହାନ୍ତି।

17/09/2019

Leave a Reply

Your email address will not be published. Required fields are marked *

Comments