Bikash Khabar
ଏବର୍ଷ ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ,ଠିକ ସମୟରେ ବିଦ୍ୟୁତ ଦେୟ ପ୍ରଦାନକାରୀଙ୍କୁ ମିଳିବ ରିଆତି

ଏବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷ ରେ  ରାଜ୍ୟରେ ବିଦ୍ୟୁତ୍ଶୁଳ୍କ  ବଢ଼ିବନି ପୂର୍ବ ବର୍ଷ  ଭଳି ଘରୋଇ ଉପଭୋକ୍ତାମାନେ ବିଦ୍ୟୁତ୍ଦେୟ ପଇଠ କରିବେ। ବିଦ୍ୟୁତ୍ଉତ୍ପାଦନ ବଣ୍ଟନ କମ୍ପାନୀଗୁଡିକର ଶୁଳ୍କ ବୃଦ୍ଧି ଆବେଦନର ଶୁଣାଣି କରି ଓଡ଼ିଶା ବିଦ୍ୟୁତ୍ନିୟାମକ ଆୟୋଗ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି ଏହି ନିର୍ଦ୍ଦେଶନାମା  ପିଛିଲା ଭାବେ ଜୁନ ପହିଲାରୁ  ଲାଗୁ ହେବ। ବିଦ୍ୟୁତ୍ପରିବହନ ଶୁଳ୍କ ଅପରିବର୍ତ୍ତିତ ରହିଛି। ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ(ଓଏଚପିସି) ପାଇଁ ବିଦ୍ୟୁତ୍ଉତ୍ପାଦନ  ଶୁଳ୍କ ଏକ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ(ଓପିଜିସିି) ଉତ୍ପାଦନ  ଶୁଳ୍କରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଯେଉଁ ଘରୋଇ ଏଲଟି ଲାଇନ ଉପଭୋକ୍ତା ଠିକ୍ସମୟରେ ବିଦ୍ୟୁତ୍ଦେୟ ପଇଠ କରୁଛନ୍ତି ସେମାନଙ୍କୁ ମାର୍ଚ୍ଚ ମାସରେ ଅତିରିକ୍ତ ରିହାତି ପ୍ରଦାନ କରାଯିବ। ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକମାନଙ୍କୁ ପ୍ରୋତ୍ସାହନ ସ୍ବରୂପ ବିଦ୍ୟୁତ୍ଶୁଳ୍କରେ ରିହାତିକୁ ପ୍ରତିଶତରୁ ପ୍ରତିିଶତକୁ ବୃଦ୍ଧି କରାଯାଇଛି। ବଣ୍ଟନ କମ୍ପାନୀଗୁଡିକ ୬୦ ମାସ ପର୍ଯ୍ୟନ୍ତ ଉପଭୋକ୍ତାଙ୍କଠାରୁ ମିଟର ରେଣ୍ଟ ଆଦାୟ କରିପାରିବେ। ଘରୋଇ ଉପଭୋକ୍ତା, କୃଷି କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ବିଦ୍ୟୁତ୍ସଂଯୋଗ ପାଇଁ ତତ୍କାଳ ଯୋଜନା ଲାଗୁ ହେବ। ଏଚ୍ଟି ଏବଂ ଇଏଚ୍ଟି ଉପଭୋକ୍ତାଙ୍କ ପାଇଁ ପ୍ରତି ୟୁନିଟରେ ସରଚାର୍ଜ ୧୦ ପଇସା ଲାଗୁ ହେବ। ଏସ୍ସି/ଏସ୍ଟି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସଗୁଡିକ ୟୁନିଟ୍ପିଛା ୨ଟଙ୍କା ୪୦ ପଇସା ରିହାତି ପାଇବେ। ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍ବିଲ୍ପଇଠ କରୁଥିବା ସ୍ବଜଳା ଧାରା ଉପଭୋକ୍ତାଙ୍କୁ ସ୍ବତନ୍ତ୍ର ଭାବେ ୧୦ ପ୍ରତିଶତ ଅତିରିକ୍ତ ରିହାତି ଯୋଗାଇ ଦେବାକୁ ଓଇଆରସି ନିର୍ଦ୍ଦେଶ ଦେଇଛନ୍ତି।

12/06/2019

Leave a Reply

Your email address will not be published. Required fields are marked *

Comments