Bikash Khabar
ଶାରଳା ପୀଠରେ ସାଇନବୋର୍ଡ : ବିନା ‘ହେଲମେଟ୍’ରେ ମଟରସାଇକେଲ୍ ପୂଜା କରାଯିବ ନାହିଁ

 ଆମେ ଦୁଃଖିତ ! ବିନା ହେଲମେଟ୍ମଟରସାଇକେଲ୍ ପୂଜା କରାଯିବ ନାହିଁ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ଶାରଳା ମନ୍ଦିରରେ ଦେଖିବାକୁ ମିଳିଛି ଏପରି ସଡକ ସୁରକ୍ଷା ବୋର୍ଡ ପୁଲିସ ପ୍ରଶାସନ ମନ୍ଦିର ପ୍ରଶାସନର ସହମତିରେ ଏଭଳି ବୋର୍ଡ ଲଗାଯାଇଛି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଶାରଳା ମନ୍ଦିରରେ ବିନା ହେଲମେଟରେ ଆଉ ବାଇକ ପୂଜା କରାଯିବ ନାହିଁ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିରରେ ପୂଜା ପାଇଁ ପ୍ରତିଦିନ ଶତାଧିକ ଚକିଆ ଚକିଆ ଗାଡି ଆସିଥାଏ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏକ ସଡକ ସୁରକ୍ଷା ସଂକ୍ରାନ୍ତ ସାଇନ ବୋର୍ଡ ମନ୍ଦିର ସମ୍ମୁଖରେ ଲଗାଯାଇଛି ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଛି ବିନା ହେଲମେଟରେ ଏଠାରେ ବାଇକ ପୂଜା କରାଯିବ ନାହିଁ ପୂର୍ବରୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ତେଲ ଟାଙ୍କି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ବୋର୍ଡ ଲଗାଯାଇଛି।ଏବେ ମନ୍ଦିରରେ ଲାଗିଥିବା ଏହି ବୋର୍ଡକୁ ନେଇ ଗାଡି ଚାଳକ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନ ଏହି  ଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଏହାକୁ ସହମତି ଜଣାଇଛି ମନ୍ଦିର ପ୍ରଶାସନ ଏହି ନିୟମକୁ ସବୁ ଦିନ ପାଇଁ ପାଳନ କରାଗଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ମତ ପ୍ରକାଶ ପାଉଛି।

16/11/2019

Leave a Reply

Your email address will not be published. Required fields are marked *

Comments